ମୁଖ୍ୟ ଖବର ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ -୫ ଅଟକ Angul OnlineSeptember 9, 2021September 9, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ବୋଲି ଜଣାପଡିଛି । ସୁଚନା ଅନୁସାରେ ଗତକାଲି (ବୁଧବାର) ରାତିରେ ସାପୋଇନାଳି ସ୍ଥିତ ରାଜୀବଭବନରେ ୬ଜଣ ଟ୍ରାକ୍ଟର ଡ୍ରାଇଭର ଭୋଜି କରୁଥିଲେ । ଭୋଜିକରି ଅନ୍ୟ ଡ୍ରାଇଭର ମାନେ ଚାଲିଯାଇଥିବା ବେଳେ ଦୀପକ କିନ୍ତୁ ଘରକୁ ନଯାଇ ସେଠାରେ ଶୋଇ ରହିଥିଲେ । ପରିବାର ଲୋକ ଘରକୁ ପୁଅ ଫେରିବାରେ ବିଳମ୍ବ ଦେଖି ଖୋଜିବା ବେଳେ ରାଜୀବଭବନରେ ତାଙ୍କର ମୃତ ଦେହ ପାଇଥିଲେ । ଏ ନେଇ ମୃତକ ଦୀପକଙ୍କ ବାପା ବାଗଡିଆ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହିତ ରାତିରେ ଭୋଜି କରୁଥିବା ଯୁବକ ମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପୁଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଏହା ହତ୍ୟା ନା ଅନ୍ୟ କୈାଣସି କାରଣ ରହିଛି ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ବାଗଡିଆ ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି । Advertisement
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…
ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ନିକଟରେ ଟ୍ରକ ଧକାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର…
ସ୍ବାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ – ରାତି ଅଧାରେ ମୋବାଇଲରେ ଗପିବାକୁ ବାରଣ କରିବାରୁ ଏଭଳି କାଣ୍ଡ ଭିଆଇଲା ସ୍ତ୍ରୀ ଅନୁଗୁଳ – ସ୍ତ୍ରୀକୁ ମୋବାଇଲରେ ଗପିବାକୁ ବାରଣ କରିବାରୁ ସ୍ୱାମୀକୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିବା ସହିତ ଗୁପ୍ତାଙ୍ଗ କାଟି ଦେଇଥିଲା ସ୍ତ୍ରୀ l ଏଭଳି…