ମୁଖ୍ୟ ଖବର ଗାଈ ମୃତ୍ୟୁକୁ ନେଇ ଉତ୍ତେଜନା Angul OnlineSeptember 13, 2022September 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଗ୍ରାମ ଶାଳବଣି ସାହି ଠାରେ ଥିବା ଏକ କୁକୁଡ଼ା ଫାର୍ମରେ ବିଛା ଯାଇଥିବା ଉଚ୍ଚ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଗାର୍ଭବତୀ ଗାଈର ମୃତ୍ୟୁ ହୋଇଛି। ଏହି ଘଟଣା ନେଇ ଗାଁରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ବନବିଭାଗ ସ୍ଥାନୀୟ ପୁଲିସ ପହଞ୍ଚିଥିବା ବେଳେ ଏକ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା । ସୂଚନା ଅନୁସାରେ ମହିଧରପୁର ଶାଳବଣି ସାହି ନିକଟରେ ଥିବା ଏକ କୁକୁଡ଼ା ଫର୍ମରେ ଫାର୍ମ ମାଲିକ ଦିନ ଦ୍ୱିପ୍ରହରରେ ୧୧କେଭି ବିଦ୍ୟୁତ ତାର ଫାର୍ମ ଚାରି ପାଖେ ଲଗାଈ ଥିଲେ । ଏହି ସମୟରେ ପାଖରେ ଥିବା ଘାସ ପଡ଼ିଆରେ ଗାଈ ଚରୁଥିବା ସମୟରେ ଏହି ତାରରେ ଲାଗି ଏକ ଗାଈର ମୃତ୍ୟୁ ହୋଇଥିଲା। ତେବେ ଏହି ଅଞ୍ଚଳରେ ବହୁ ସମୟରେ ଜଙ୍ଗଲୀ ଜନ୍ତୁ ଶିକାର ହେଉଥିବା ନଜିର ରହିଛି । ବନ ବିଭାଗ ମଧ୍ୟ ଏ ଅଞ୍ଚଳରେ ପେଟ୍ରୋଲିଂ କରିଥାଏ । ତେବେ କିଭଳି ଏହି ଅଞ୍ଚଳରେ ଦିନ ଦ୍ଵି ପ୍ରହରରେ ୧୧କେଭି ବିଦ୍ୟୁତ ତାର ବିଛାଇ ଥିଲେ ସେ ନେଇ ଲୋକେ ବନବିଭାଗ ଓ ବିଦ୍ୟୁତ ବିଭାଗକୁ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ ଗାଈ ଦେହରେ ମୁକୁଳା ବିଦ୍ୟୁତ ତାର ଲାଗିଥିବା ବେଳେ ବନବିଭାଗର କର୍ମଚାରୀ ଆସି ତାର ଲୁଚାଇ ଦେଇଥିବା ଅଭିଯୋଗ କରି ଲୋକେ ପାଟିତୁଣ୍ଡ କରିଥିଲେ । ଏହି ଅଞ୍ଚଳରେ ଏକ ବିଦ୍ୟାଳୟ ଓ ଏକ ଖେଳ ପଡିଆ ଥିବା ବେଳେ ଅନେକ ସମୟରେ ପିଲା ମାନଙ୍କ ଯାତାୟାତ ରହିଥାଏ। ଗାଈ ବଦଳରେ ମଣିଷ ମଣିଷ ମଧ୍ୟ ଏହି ବିଦ୍ୟୁତ ଫାଶରେ ପଡି ମୃତ୍ୟୁ ବରଣ କରିଥିଲେ ଦାୟୀ କିଏ ହୋଇଥାନ୍ତା ବୋଲି ଲୋକେ ପ୍ରଶ୍ନ କରିବା ସହ ପାଟିତୁଣ୍ଡ କରିଥିଲେ । ଅନେକ ସମୟ ଧରି ଉତ୍ତେଜନା ପରିସ୍ଥିତି ରହିବା ପରେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ନକଲି ବନ୍ଧୁକ ଦେଖାଇ ଆତଙ୍କ ରଚିଲା ପ୍ରେମିକ – ଥାନାରେ ଅଟକ ଅନୁଗୁଳ – ପ୍ରେମିକାର ବାହାଘର ଖବର ପାଇ ରହି ପାରିଲା ନାହିଁ ପ୍ରେମିକ । ଆଉ ପ୍ରେମିକାର ବାହାଘରରେ ପହଞ୍ଚି ଯାଇ ଆରମ୍ଭ କରି ଦେଇଥିଲା ଗଣ୍ଡଗୋଳ…
ସୁଭଦ୍ରା ହତ୍ୟା ଘଟଣାରେ ପୁଲିସକୁ ଦାୟୀ କରି ଏସ.ପି. ଅଫିସ ଘେରାଉ ଅନୁଗୁଳ – ୨୬ ତାରିଖ ଦିନ ଦ୍ବୀପହରରେ ନିଖୋଜ ହୋଇଗଲା ଯୁବତୀ । ତା ପୁଣି ଷ୍ଟେସନ ଯିବା ରାସ୍ତାରେ । ଆଉ ତାର ଚାରି ଦିନ…
ଯୋଗାଣ ନିରୀକ୍ଷକ ବବିଲତା ବେହେରା ଚାକିରୀରୁ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…