ମୁଖ୍ୟ ଖବର ଦୂର୍ଗା ପଡିଆରୁ ହଟିବାକୁ ଟେଣ୍ଟ ହାଉସକୁ ନିର୍ଦେଶ Angul OnlineMarch 12, 2022March 12, 2022 ଅନୁଗୁଳ – ଅନୁଗୁଳ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆକୁ କବଜା କରିଥିବା ବେହେରା ଟେଣ୍ଟ୍ ହାଉସ୍କୁ ହାଇକୋର୍ଟଙ୍କ ଛାଟ ପଡିଛି । ତୁରନ୍ତ ଜବରଦଖଲରୁ ହଟି ନିଜ ଜିନିଷ ନେଇ ଯିବାକୁ ହାଇକୋର୍ଟ କଡା ନିର୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ସପ୍ତାହ ମହଲତ ଦେବା ସହ ଏନେଇ ପୌରପାଳିକାରେ ସତ୍ୟପାଠ ଦାଖଲ କରି ଛଅ ସପ୍ତାହ ମଧ୍ୟରେ ନିଜ ଜିନିଷ ସବୁ ସେଠାରୁ ହଟାଇବାକୁ ନିର୍ଦେଶ ଡି ଆଜିଛି । ଅନୁଗୁଳ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆ ଦଖଲ ନେଇ ବେହେରା ଟେଣ୍ଟ୍ ହାଉସ ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ରିଟ୍ ପିଟିସନ୍ ଉପରେ କୋର୍ଟ ଏ ପ୍ରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ସହରର ଅମଲାପଡା ଦୂର୍ଗା ପଡିଆ ଠାରେ ବେହେରା ଟେଣ୍ଟ ହାଉସ୍ ଜବରଦଖଲ କରି ରହିଥିଲା । ଏହି ପଡିଆରେ ପୂର୍ବରୁ ସାଂସଦଙ୍କ ହାତ ପାଣ୍ଠିରୁ ମଧ୍ୟ କଲ୍ୟାଣ ମଣ୍ଡପ ଓ ଅନ୍ୟାନ୍ୟ ଭିତ୍ତିଭୂମି କରା ଯାଇଥିଲା । ଏଥିରୁ ଭଲ ରୋଜଗାର କରାଯାଉଥିଲା । ବର୍ଷ ବର୍ଷ ହେଲା ବେଆଇନ୍ ଭାବେ ଚାଲିଥିବା ଜବରଦଖଲକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିପାଇଁ ଗତବର୍ଷ ଜୁଲାଇ ୩୦ ତାରିଖରେ ବେଆଇନ ଦଖଲକୁ ସିଲ୍ କରିଥିଲେ । ପଡ଼ିଆର ଭିତ୍ତିଭୂମିକୁ ଦଖଲମୁକ୍ତ କରି ଅନୁଗୁଳ ପୌରପାଳିକା ଜରିଆରେ ସର୍ବସାଧାରଣଙ୍କ ପାଇଁ ବ୍ୟବହାର ଉପଯୋଗୀ ବୋଲି ନୋଟିସ କରା ଯାଇଥିଲା । ଗତ ଫେବ୍ରୁଆରି ୧୧ତାରିଖରେ ଏ ପଡ଼ିଆରେ ଥିବା ଜିନିଷପତ୍ର ସବୁ ଉଠାଇ ନେବାକୁ ଅନୁଗୁଳ ପୌରପାଳିକା ବେହେରା ଟେଣ୍ଟ୍ ହାଉସ୍କୁ ଚିଠି କରିଥିଲା । କିନ୍ତୁ , ଚିଠିକୁ ଟେଣ୍ଟ୍ ହାଉସ୍ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଚିଠିକୁ ରଦ୍ଦ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ତେବେ କୋର୍ଟ ଏ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପୌରପାଳିକା ଜବରଦଖଲ ଉଚ୍ଛେଦ ପଦକ୍ଷେପକୁ କୋର୍ଟ ଉଚିତ ଦର୍ଶାଇବା ସହିତ ଜାଗା ଖାଲି କରିବାକୁ ନିର୍ଦ୍ଦେଶନାମା ଦେଇଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଏନେଇ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାଗା ଖାଲି କରିବାକୁ ଲିଖିତ ଭାବେ ପୌର ଅଧିକାରୀଙ୍କୁ ଜଣାଇଲେ ପୌରପାଳିକା ଦେଢ଼ ମାସର ସମୟ ଦେଇ ପାରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । Advertisement
ଲାଞ୍ଚ ମାଗିବାର ଅଡିଓ ଭାଇରାଲ – ଭୋଟର ତାଲିକାରେ ନାମ ଚଢେଇବା ପାଇଁ ଲାଞ୍ଚ ମାଗୁଛନ୍ତି ଜିପିଓ (Video) ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜିପିଇଓ ଭାସ୍କର ବେହେରା ଭୋଟର ତାଳିକାରେ ଥିବା ତୃଟିକୁ ସୁଧାରିବାକୁ ନେଇ ଲାଞ୍ଚ ଦାବି କରୁଥିବା ଅଡ଼ିଓ…
ଟ୍ରକ ଧକ୍କାରେ ବୃଦ୍ଧା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ…
ନୂମା-ବାପିଙ୍କ କୁଟୀର ହେଲା ନୂଆ ଛପର ଅନୁଗୋଳ – ଅନୁଗୋଳ ବାଜିରାଉତ ଛାତ୍ରାବାସ ପରିସରରେ ଥିବା ନୁମା-ବାପିଙ୍କ ମାଟି କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର । ସରକାରଙ୍କ ପକ୍ଷରୁ ଓଡ଼ିଶାର ପୂର୍ବତନ…