ଖେଳ ଓ ଖେଳାଳି ଜିଲ୍ଲାରେ ହେବ ଦୁଇ ଇନଡୋର ଷ୍ଟାଡିୟମ – ଧନ୍ୟବାଦ ଦେଲେ ବ୍ରଜ Angul OnlineAugust 11, 2021August 11, 2021 ଅନୁଗୁଳ -(AO)- ଅନୁଗୁଳ ଜିଲ୍ଳାରେ ଦୁଇଟି ନୂଆଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକରେ ଏହି ଇନଡୋର ଷ୍ଟାଡିୟମ ହେବ । କ୍ରୀଡାର ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭନ୍ନ ସ୍ଥାନରେ ଷ୍ଟାଡିୟମ ନିର୍ମାଣ ମଧ୍ୟରୁ ତାଳଚେରକୁ ସ୍ଥାନ ଦେଇଥିବାରୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ସ୍ଥାନୀୟ ଅଞ୍ଚଳର ସୁନାମଧନ୍ୟ ଖେଳାଳିଙ୍କ ଉପସ୍ଥିତିରେ ଏକ ଧନ୍ୟବାଦ ସଭା ଆୟୋଜନ କରି ତାଳଚେର ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି ଇନଡୋର ଷ୍ଟାଡିୟମ ନିର୍ମାଣ ହେବା ପରେ ତାଳଚେର କ୍ରୀଡାର ଏକ ହବ୍ ଭାବରେ ପରିଚୟ ଲାଭ କରିବ ବୋଲି ସେ ଆଶା ରଖିଛନ୍ତି । Advertisement
୧୪ ତାରିଖରୁ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଗୁଳ – ଅନୁଗୁଳରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍ସିପ ଚଳିତମାସ ୧୪ରୁ ୧୭…
ଭୁବନେଶ୍ୱରକୁ ହରାଇ ଲୁଟୁ ୱାରୀଅରସ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଠାରେ ଅଲ ଇଣ୍ଡିଆ ମିନାକ୍ଷୀ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଗୁଳ…
ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ…