ମୁଖ୍ୟ ଖବର ୧୨ ଘଣ୍ଟିଆ ପାଲଲହଡା ବନ୍ଦ Angul OnlineAugust 23, 2022August 23, 2022 ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡା ଠାରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପକାରାଗାର ସ୍ଥାନାନ୍ତରଣ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ପାଳନ କରା ଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେବ । ଏ ବନ୍ଦ ଡାକରାକୁ ବିଜେଡି, ବିଜେପି, କଂଗ୍ରେସ, ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ ଓ ସମସ୍ତ ପୂଜା କମିଟି ସମେତ ଜନସାଧାରଣଙ୍କର ସମର୍ଥନ ମିଳିଛି । ବନ୍ଦ ବେଳେ ପାଲଲହଡ଼ା ଉପକଣ୍ଠ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଲୋକେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି । ଏହା ସହ ପାଲଲହଡ଼ାର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ସମସ୍ତ ଯାନବାହନ ଓ ସରକାରୀ କାର୍ଯ୍ୟାଳୟ ଓ ବେସରକରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଖମାରଠାରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ବନ୍ଦପାଳନ ଜାରି ରହିଛି । ବନ୍ଦ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି Advertisement
ପୁଣି ଦୂର୍ଘଟଣା ନେଲା ଜୀବନ – ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।…
ଯୋଗାଣ ନିରୀକ୍ଷକ ବବିଲତା ବେହେରା ଚାକିରୀରୁ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ।…