ମୁଖ୍ୟ ଖବର ୧୨ ଘଣ୍ଟିଆ ପାଲଲହଡା ବନ୍ଦ Angul OnlineAugust 23, 2022August 23, 2022 ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡା ଠାରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପକାରାଗାର ସ୍ଥାନାନ୍ତରଣ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ପାଳନ କରା ଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେବ । ଏ ବନ୍ଦ ଡାକରାକୁ ବିଜେଡି, ବିଜେପି, କଂଗ୍ରେସ, ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ ଓ ସମସ୍ତ ପୂଜା କମିଟି ସମେତ ଜନସାଧାରଣଙ୍କର ସମର୍ଥନ ମିଳିଛି । ବନ୍ଦ ବେଳେ ପାଲଲହଡ଼ା ଉପକଣ୍ଠ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଲୋକେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି । ଏହା ସହ ପାଲଲହଡ଼ାର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ସମସ୍ତ ଯାନବାହନ ଓ ସରକାରୀ କାର୍ଯ୍ୟାଳୟ ଓ ବେସରକରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଖମାରଠାରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ବନ୍ଦପାଳନ ଜାରି ରହିଛି । ବନ୍ଦ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି Advertisement
ପୁଲିସର ଦବଙ୍ଗଗିରି – ହେଲମେଟ ନାହିଁ ବୋଲି ରାସ୍ତା ଉପରେ ବସଉଠ ଅନୁଗୁଳ – ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ । ପୁଲିସ ବାବୁ ମାଡ଼ ଭୟ ଦେଖାଇ ବିଚ ରାସ୍ତାରେ ଜଣେ ଯୁବକକୁ ବସଉଠ…
ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ଭୁବନେଶ୍ୱର – ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ…
ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ବାପା ମୃତ କିଶୋରନଗର – ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ଗଲା ବାପାର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…