ଅପରାଧ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineMay 8, 2022May 8, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିଚନ୍ଦନପୁର ଗ୍ରାମ ନିକଟସ୍ଥ ଥିବା ଜଙ୍ଗଲରୁ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କୁନ୍ତୁ ସାହୁଙ୍କ ପୁଅ ରାଜା ସାହୁ । ସୂଚନା ଅନୁସାରେ , ଆଜି କିଛି ଲୋକ ସେହି ବାଟ ଦେଇ ଯାଉଥିବା ବେଳେ ରାଜାଙ୍କ ମୃତ ଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ରାଜାଙ୍କ ପରିବାର ଲୋକେ ଆସି ଏହା ରାଜା ବୋଲି ଚିହ୍ନଟ କରିବା ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଗତ କାଲି ଦିନ ମଧ୍ୟାହ୍ନରୁ ରାଜାଙ୍କୁ ସେମାନେ ଖୋଜୁଛନ୍ତି କିନ୍ତୁ ପାଇନଥିଲେ । କିପରି ଆଉ କେଉଁ ପରିସ୍ଥିତିରେ ରାଜାଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । Advertisement
ହୋଟେଲ ଭିତରେ ଯୁବକଙ୍କ ଆତ୍ମହତ୍ୟା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ହାଣ୍ଡିଧୂଆଁ ସ୍ଥିତ ଏକ ଘରୋଇ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ…
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ କଣଲୋଇରୁ କୋଡାନାଳି ଯାଇଥିବା ରାସ୍ତାର ନୁହୁରାଣୀ ନାଳ ନିିକଟରେ ଏକ ମହୁଲ ଗଛ ମୁଳରୁ ଅଜଣା ଯୁବକଙ୍କ…
ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି…