ଆଞ୍ଚଳିକ ଆମ୍ବ ତୋଟାରୁ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର Angul OnlineJune 2, 2022June 2, 2022 ଅନୁଗୁଳ – ଅନୁଗୁଳ ସଦର ଥାନା କୁମୁରିସିଂହା ଗ୍ରାମର ଏକ ଆମ୍ବ ତୋଟାରୁ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି । ସୂଚନା ଅନୁସାରେ କୁମୁରିସିଂହା ଗ୍ରାମର ଅକ୍ଷୟ ନାଏକ ମଙ୍ଗଳବାର ଦିନ ୨ଟା ବେଳୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ତେବେ ଗ୍ରାମର କେତେକ ଲୋକ ଗତକାଲି (ବୁଧବାର) ସକାଳ ୯ଟା ବେଳକୁ କୌଣସି କାମରେ ଦେବ ମୁଣ୍ଡିଆକୁ ଯାଇଥିବା ବେଳେ ପାହାଡ଼ ନିକଟରେ ଥିବା ଆମ୍ବ ତୋଟାରେ ଅକ୍ଷୟଙ୍କ ମୃତ୍ୟୁ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଅକ୍ଷୟଙ୍କ ବେକରେ ଏକ ତାଳ ପତ୍ରର ଛାଲି(କୁରୁଟ) ବନ୍ଧା ହୋଇଥିଲା ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଅକ୍ଷୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । Advertisement
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
ଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ତଥା ସାହସୀ ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ଚତୁର୍ଥ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି ।…
ବାର ଲକ୍ଷ ଲୋକ ଖାଇବେ ଏହି ବଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆସନ୍ତା ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ଯାଏ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ…