ଆଞ୍ଚଳିକ ଆମ୍ବ ତୋଟାରୁ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର Angul OnlineJune 2, 2022June 2, 2022 ଅନୁଗୁଳ – ଅନୁଗୁଳ ସଦର ଥାନା କୁମୁରିସିଂହା ଗ୍ରାମର ଏକ ଆମ୍ବ ତୋଟାରୁ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି । ସୂଚନା ଅନୁସାରେ କୁମୁରିସିଂହା ଗ୍ରାମର ଅକ୍ଷୟ ନାଏକ ମଙ୍ଗଳବାର ଦିନ ୨ଟା ବେଳୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ତେବେ ଗ୍ରାମର କେତେକ ଲୋକ ଗତକାଲି (ବୁଧବାର) ସକାଳ ୯ଟା ବେଳକୁ କୌଣସି କାମରେ ଦେବ ମୁଣ୍ଡିଆକୁ ଯାଇଥିବା ବେଳେ ପାହାଡ଼ ନିକଟରେ ଥିବା ଆମ୍ବ ତୋଟାରେ ଅକ୍ଷୟଙ୍କ ମୃତ୍ୟୁ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଅକ୍ଷୟଙ୍କ ବେକରେ ଏକ ତାଳ ପତ୍ରର ଛାଲି(କୁରୁଟ) ବନ୍ଧା ହୋଇଥିଲା ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଅକ୍ଷୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । Advertisement
ଜଳିଗଲା ଆଠ ବଖରା ଘର ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ…
ସଡକ ଦୁର୍ଘଟଣାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା…
ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା…