ମୁଖ୍ୟ ଖବର ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର Angul OnlineAugust 22, 2024August 22, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା ଲୋକ ରାସ୍ତା କଡରେ ଏକ ନବଜାତକ ପଡିଥିବା ଦେଖିଥିଲେ । ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶିଶୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିଲା । ନବଜାତକ ଦେହକୁ ଘୋଡା ଯାଇଥିବା କପଡ଼ାରେ ଏକ ଘରୋଇ ଡାକ୍ତରଖାନାର ନାମ ଉଲ୍ଲେଖ ରହିଥିବା ବେଳେ ନବଜାତକକୁ କିଏ ଏବଂ କେଉଁ ଅବସ୍ଥାରେ ସେଠାରେ ଫୋପାଡ଼ିଛି ସେ ନେଇ ପୁଲିସ ତଦନ୍ତ କରୁଛି । Advertisement
ପୁଣି ନବଜାତ ଶିଶୁ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁ ତେନ୍ତୁଳିପଶି ସ୍କୁଲ ପଛ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟର ବିଲରୁ ୧୦ଦିନ ତଳେ ଏକ ନବଜାତ…
ସାଇକେଲକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ପାଲଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…