ମୁଖ୍ୟ ଖବର ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର Angul OnlineAugust 22, 2024August 22, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା ଲୋକ ରାସ୍ତା କଡରେ ଏକ ନବଜାତକ ପଡିଥିବା ଦେଖିଥିଲେ । ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶିଶୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିଲା । ନବଜାତକ ଦେହକୁ ଘୋଡା ଯାଇଥିବା କପଡ଼ାରେ ଏକ ଘରୋଇ ଡାକ୍ତରଖାନାର ନାମ ଉଲ୍ଲେଖ ରହିଥିବା ବେଳେ ନବଜାତକକୁ କିଏ ଏବଂ କେଉଁ ଅବସ୍ଥାରେ ସେଠାରେ ଫୋପାଡ଼ିଛି ସେ ନେଇ ପୁଲିସ ତଦନ୍ତ କରୁଛି । Advertisement
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…
ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ଭାବେ ଦାୟିତ୍ୱ ନେଲେ ବ୍ରିଜେଶ ରାୟ ଅନୁଗୁଳ – ବରିଷ୍ଠ ଆଇପିଏସ୍ ଅଧିକାରୀ ବ୍ରିଜେଶ କୁମାର ରାୟ ସୋମବାର ଡିଆଇଜିଙ୍କ ଦାୟିତ୍ୱ ନେଇଛନ୍ତି । ତାଙ୍କର ନୂତନ ଦାୟିତ୍ୱ ପୂର୍ବରୁ ରାୟ ପ୍ରାୟ ପାଞ୍ଚ…
ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଦୁର୍ଘଟଣାରେ ୧ ମୃତ୧ ଆହତ ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଇଛି ଆଉ ଏକ ଜୀବନ । ଗତକାଲି ଏହି ରାଜପଥର ନୂଆଁହତା ଠାରେ ଦୁର୍ଘଟଣାରେ ମା ଓ ୩…