ମୁଖ୍ୟ ଖବର କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି Angul OnlineApril 4, 2022April 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ଦା ନିକଟରେ ଏକ ଟ୍ରେନ ଧକ୍କାରେ ଗୋଟିଏ କାର ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ତିନି ଜଣ ବର୍ତ୍ତୀ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ତିନି ଜଣ ବ୍ୟକ୍ତି ଏକ ମାରୁତି ଭ୍ୟାନରେ ବନ୍ଦା ଆଡୁ ବଅଁରପାଳ ଆଡକୁ ଯାଉଥିଲେ । ତେବେ ବନ୍ଦା ନିକଟରେ ଥିବା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ ନାଲକୋ କାରଖାନାର ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ କାରଟି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ଥିବା ତିନି ଜଣ ଆହତ ହୋଇଥିଲେ । ଡ୍ରାଇଭରର ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ପରିଚୟ ଜଣା ପଡି ନାହିଁ । Advertisement
ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଉପଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳଙ୍କ ମାନବିକତା । ବାଟରେ ଆସୁଥିବା ବେଳେ ଦୁର୍ଘଟଣା ହୋଇଥିବା ଦେଖି ନିଜ ଗାଡି ଅଟକାଇବା ସହ ଦୁର୍ଘଟଣାରେ ଆହତ ହୋଇଥିବା…
କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି…
ପୋଖରୀରେ ବୁଡି ବାପ-ପୁଅ ମୃତ ଅନୁଗୁଳ – ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଧେଇବାକୁ ଯାଇ ପାଣିରେ ବୁଡି ୪ ବର୍ଷର ପୁଅ ସମେତ…