ମୁଖ୍ୟ ଖବର ତେଜୁଛି କୋଲ ୱାସେରୀ ବିବାଦ Angul OnlineFebruary 27, 2023February 27, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ ବନ୍ଦ କରିବାକୁ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ ବନ୍ଦ ନ କରିବାକୁ ଦାବି କରି ଆଉ ଏକ ଗୋଷ୍ଠୀ ଆନ୍ଦୋଳନକୁ ଓଲ୍ହାଇ ଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଆଜି ତାଳଚେର ଘଣ୍ଟପଡା ବାସୀ ତଥା ସପକ୍ଷବାଦୀଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରେଳରୋକ ଆନ୍ଦୋଳନ କରାଯାଇଛି । ଘଣ୍ଟପଡ଼ା ଠାରେ ସପକ୍ଷବାଦୀଙ୍କ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷଙ୍କ ଦ୍ୱାରା କୋଇଲା ବୋଝେଇ ଟ୍ରେନ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ବିପକ୍ଷବାଦୀଙ୍କ ପକ୍ଷରୁ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ପ୍ଲାଣ୍ଟ ବନ୍ଦ ହେବା ଫଳରେ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ମାନେ ନିଜର ଜୀବନ ଜୀବିକା ହରାଇବାର ସମ୍ଭାବନା ରହିଛି । ଯାହାକୁ ନେଇ ଆଜି ଘଣ୍ଟପଡ଼ା ଠାରେ କୋଇଲା ବୋଝେଇ ଟ୍ରେନ ଚଳାଚଳକୁ ଶ୍ରମିକ ଓ ତାଙ୍କ ପରିବାର ପକ୍ଷରୁ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । Advertisement
ଖଣି କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ନୂତନ ଭାବେ ଆରମ୍ଭ ହୋଇଥିବା ନୟନୀ କୋଇଲା ଖଣିକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦେଶରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।…
ମୋଟରସାଇକେଲ ଉପରେ ଚଢିଗଲା ବସ – ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ଥାନା ମୁଷାପାପୁଲିଠାରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ସହ…
୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ…