ଅପରାଧ ବାପା-ମା ଓ ସ୍ତ୍ରୀ ସମେତ ଜେଲ ଗଲେ ନକଲି ମଦ ମାଫିଆ Angul OnlineFebruary 25, 2022February 25, 2022 ଅନୁଗୁଳ – ଅନୁଗୁଳ ରାଣିଗୁଡା ଠାରେ ଘରଭଡା ନେଇ ନକଲି ମଦ ରାକେଟ ଚଳାଇଥିବା ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ଅନ୍ୟ ଅଧିକାରୀ ମାନେ ବଅଁରପାଳ ଜେଏମ୍ଏଫ୍ସି କୋର୍ଟ ସମ୍ମୁଖରୁ ଧରିବା ପରେ କଟକ ନେଇଥିଲେ । ସେଠାରେ ଅବକାରୀ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଜୟପ୍ରକାଶକୁ ଜେରା କରିଥିଲେ । ଜୟପ୍ରକାଶ ସେଠାରେ ତାର କଳାକାରନାମା ସମ୍ପର୍କରେ ଜଣାଇବା ପରେ ଅବକାରୀ ଅଫିସର ମାନେ ତାଜୁବ ହୋଇଯାଇଥିଲେ । ବର୍ଷ ବର୍ଷ ଧରି ଚାଲିଥିବା ଏହି କାରନାମାରେ ଜୟ ପ୍ରକାଶର ପରିବାର ଲୋକ ମଧ୍ୟ ସଂପୃକ୍ତ ଥିଲେ । ଜୟପ୍ରକାଶର ଘର ବିହାରର ରୋହତାସ ଜିଲ୍ଲାରେ ହୋଇଥିବା ବେଳେ ସେ କଲିକତାରୁ ନକଲି ମଦ ପ୍ରସ୍ତୁତ ପାଇଁ ଠିପି , ଲେବଲ ଆଦି ସାମଗ୍ରୀ ଆଣିବା ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଉ ଥିଲା । ଯେଉଁଥିରେ ସେ ଆଉ ତାର ସଂପୂର୍ଣ୍ଣ ପରିବାର ସମ୍ପୃକ୍ତ ରହୁଥିଲେ । ଏହା ଜଣା ପଡିବା ପରେ ଅବକାରୀ ବିଭାଗ ଜୟପ୍ରକାଶ ସହ ତାର ସ୍ତ୍ରୀ ଅନିତା ଦେବୀ , ବାପା ଅଶୋକ ପ୍ରସାଦ ଓ ମାଆ ବିମଳା ଦେବୀଙ୍କୁ ଗିରଫ କରିଥିଲା । ଆଜି(ଶୁକ୍ରବାର) ସେମାନଙ୍କୁ ବଅଁରପାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । Advertisement
୭ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ – ବନ୍ଧୁକ ଗୁଳି ସହ ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି…
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…