ଆଞ୍ଚଳିକ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ Angul OnlineOctober 24, 2021October 24, 2021 ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବା ସହିତ ସଂଗଠନର ବିଭିନ୍ନ ପଦ ଘୋଷିତ ହୋଇଥିଲା । ସଂଗଠନର ସଭାପତି ଭାବେ ବାପୁଜୀ ପ୍ରଧାନ ଚୟନ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପିନାକୀ ପ୍ରସାଦ ସିଂ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଉଦ୍ୟମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ସଂରକ୍ଷଣ , ପଶୁ ପକ୍ଷୀ ସେବା , ଶିକ୍ଷା ଓ ସ୍ବାସ୍ଥ ସଚେତନତା ଓ ସେବା , ଅସହାୟଙ୍କୁ ବସ୍ତ୍ର ଦାନ , ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ସ୍ବେଚ୍ଛାକୃତ ରକ୍ତ ଦାନ ସେବା ଆଦି ଜନ କଲ୍ୟାଣ କାର୍ଯ୍ୟ ପ୍ରତି ଗୁରୁତ୍ଵ ଦିଆଯିବ ବୋଲି ସଂଗଠନର ସଭାପତି ସୁଚନା ଦେଇଛନ୍ତି । Advertisement
ଜାତୀୟ ପ୍ରେସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ – ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ହେବେ ସମ୍ବର୍ଦ୍ଧିତ ତାଳଚେର – ଚଳିତ ବର୍ଷ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ତାଳଚେର ୱାର୍କିଙ୍ଗ ଜର୍ଣାଲିଷ୍ଟସ୍ ଆସୋସିଏସନ୍ ତରଫରୁ ଶୁକ୍ରବାର ଦେଉଳବେଡାସ୍ଥିତ ମଙ୍ଗଳମ ଅଫିସର୍ସ କ୍ଳବରେ ଏକ…
ଆଦି ଶଙ୍କରାଚାର୍ଯ୍ୟ ପ୍ରାକଟ୍ୟ ଦିବସ ପାଳିତ ଅନୁଗୁଳ – ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଶୈଳ ଶ୍ରୀକ୍ଷେତ୍ର ସଦଭାବାନା ଭବନଠାର ଶିବାବତାର ଭଗବତ୍ପାଦ ଜଗଦଗୁରୁ ଶ୍ରୀମଦ୍ ଆଦି…
ପଞ୍ଚାୟତିରାଜ ଦିବସରେ ସମ୍ମାନିତ ହେଲେ ବିଭିନ୍ନ ପଞ୍ଚାୟତ ଅନୁଗୁଳ – ସ୍ଥାନୀୟ ବିଜୁମଇଦାନ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ…