ଆଞ୍ଚଳିକ ସାତକୋଶିଆ ସାମ୍ବାଦିକ ସଂଘର ନୂତନ କମିଟି ଗଠନ Angul OnlineJanuary 4, 2021January 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିନେଶ ଦେହୁରୀଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ସୌର ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପଠନ କରିବା ସହିତ ବିଭିନ୍ନ ସମସ୍ୟା ଓ ସମାଧାନ ବିଷୟରେ ଆଲୋକପାତ କରଥିଲେ । ପରେ ସଂଘର ନିୟମ ଅନୁଯାୟୀ ସମସ୍ତ ସଦସ୍ୟ ପୁରାତନ କମିଟିର ସଦସ୍ୟ ମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ । ପରେ ସଦସ୍ୟ କାମଦେବ ଦେହୁରୀ ସମସ୍ତ ସଦସ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ସଂଘର ନୂତନ ସଭାପତି ଭାବରେ ଦିନେଶ ଦେହୁରୀଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବରେ ପ୍ରବୀଣ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ସୌର ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୁନୀଲ କୁମାର ସାହୁ, ଉପସଭାପତି ରାଜେନ୍ଦ୍ର ପ୍ରଧାନ, ଅମୀର ପ୍ରଧାନ, ସହ ସମ୍ପାଦକ ପ୍ରଭାତ କୁମାର ବେହେରା , ରତିକାନ୍ତ ରାଉତ , ଉପଦେଷ୍ଟା ଭାବରେ କାମଦେବ ଦେହୁରୀଙ୍କୁ ଚୟନ କରାଯାଇଥିଲା । ସମସ୍ତ ନୂତନ କମିଟିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏଥିରେ ନୂତନ ଭାବରେ ସୁମନ୍ତ କୁମାର ବେହେରା, ସିପୁନ ସାହୁ, ସରୋଜ ନାଏକ, ଗଣେଶ୍ୱର ସାହୁଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଗଲା । ସାତକୋଶିଆ ଅଭୟାରଣ୍ୟର ସୁରକ୍ଷା , ସାତକୋଶିଆ ଅଧିବାସୀ ଓ ବନବିଭାଗ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ସାତକୋଶିଆ ସାମ୍ବାଦିକ ସଂଘର ଗୁରୁତ୍ୱ ରହିଛି । ଅଭୟାରଣ୍ୟବାସୀଙ୍କ ସମସ୍ୟାର ସମାଧାନ କରିବା ସହିତ ଅଭୟାରଣ୍ୟ ସୁରକ୍ଷା କ୍ଷେତ୍ରରେ ସଂଘର ଗୁରୁତ୍ୱ ରହିଛି । ଏଥି ସହିତ ଏକ ଲକ୍ଷ ଚାଷୀଙ୍କ ଜୀବନରେଖା ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପକୁ ତୁରନ୍ତ ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରିବା ପାଇଁ ସଂଘ ପକ୍ଷରୁ ଆଗାମୀ ଦିନରେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସଂଘରେ ନିଷ୍ପତ୍ତି ନିଆଯାଇଛି । Advertisement
ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଅନୁଗୁଳ – ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ…
ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ ଅନୁଗୁଳ – ଆଜି ଠାରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର…
ପୋଖରୀରୁ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଆଜି(ବୁଧବାର) ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପୋଖରୀରେ…
ଧନ୍ୟବାଦ