ଆଞ୍ଚଳିକ ପ୍ରତିଶ୍ରୁତି ଦେଲେ ବିଧାୟକ – ବାଗଡିଆ ଥାନା ବାଗଡିଆରେ ହେବ Angul OnlineOctober 16, 2022October 16, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଉକ୍ତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ପ୍ରତିବାଦରେ ବାଗଡିଆ ହାଟପଦା ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ ଏହା ଦିନକୁ ଦିନ ଆନ୍ଦୋଳନ ରୂପ ନେଉଛି । କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜ କୁମାର ସାହୁଙ୍କ ସଭାପତିତ୍ବରେ ରବିବାର ୬ଟି ପଂଚାୟତର ୪୮ଟି ରାଜସ୍ବ ଗ୍ରାମର ସରପଂଚ ,ସଭାପତି ,ସମ୍ପାଦକ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନ ପାଇଁ ଦ୍ବିତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଗଡିଆ ଥାନାକୁ ବାଗଡିଆରେ କରିବା ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନିକଟରେ ଦାବି ଉପସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲେ । ରବିବାର ଅପରାହ୍ନରେ କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜକାନ୍ତ ସାହୁ ,ସମ୍ପାଦକ କରୁଣାକର ବିଶ୍ବାଳ ,ଉପସଭାପତି ଉମାକାନ୍ତ ପ୍ରଧାନ ,ବାଗଡିଆ ଗ୍ରାମ ସଭାପତି ବିଜୟ କୁମାର ପ୍ରଧାନ ,ସମ୍ପାଦକ ସୁରେଶ ପ୍ରଧାନ ,ଖମାର ଗ୍ରାମ ସଭାପତି ନେତ୍ରାନନ୍ଦ ଗଡନାୟକ ,ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥ ,ଶିମିଳିପାଳ ସରପଂଚ ଗିରିଶ ଚନ୍ଦ୍ର ପ୍ରଧାନ ,ପୂର୍ବତନ ସରପଂଚ ବିଜୟ କୁମାର ଗଡନାୟକଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ରାଜସ୍ବ ଗ୍ରାମର ପ୍ରତିନିଧି ମାନେ ବିଧାୟକଙ୍କ ବାସଭବନକୁ ଯାଇ ପ୍ରସ୍ତାବିତ ନୂତନ ଥାନା ବାଗଡିଆରେ କରିବା ପାଇଁ ଦାବି କରିଥିଲେ । ଏ ନେଇ ବିଧାୟକ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନରେ ଘୋଷଣା କରିଛନ୍ତି ସେହି ସ୍ଥାନରେ ଥାନା କରାଯିବ ବୋଲି କହିଥିଲେ । ବାଗଡିଆ ଥାନାକୁ ବାଗଡିଆରେ କରାଯିବ ଏବଂ ଆସନ୍ତା ୧୮ ତାରିଖରେ ବାଗଡିଆରେ ଥାନା ପାଇଁ ଚିହ୍ନଟ ଜମି ଦେଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆସନ୍ତା ୧୮ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରିଥିବା ଅନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । Advertisement
ଗାନ୍ଧୀ ହତ୍ୟାର ଅକୁହା କଥା ଉନ୍ମୋଚନ ଅନୁଗୁଳ – ନିଜର ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ , ସବରକର ଇଂଲଣ୍ଡ…
ପୁଲିସ ସହିଦ ସ୍ମୃତି ଦିବସ – ସ୍ପେସିଆଲ ସ୍କ୍ବାର୍ଡରେ ଅୟସକାନ୍ତ , କନେଷ୍ଟବଳ ଅଶ୍ୱିନୀ ପୁରସ୍କୃତ ଅନୁଗୁଳ – ଛେଳିଆପଡ଼ା ସ୍ଥିତ ରିଜର୍ଭ ଅଫିସର ପରେଡ୍ ଗ୍ରାଉଣ୍ଡରେ ଏସ୍ପି ରାହୁଲ ଜୈନ୍ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ୬୬ ତମ ପୁଲିସ ସହିଦ ସ୍ମୃତି ପାଳନ ଦିବସରେ…
୬୬ ୟୁନିଟ ରକ୍ତ ସଂଗୃହିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା…