ମୁଖ୍ୟ ଖବର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ସଂକ୍ରମିତ ବୃଦ୍ଧ Angul OnlineMay 4, 2021May 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କାଠପାଳ ଗାଁରେ ଜଣେ କରୋନା ଆକ୍ରାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ସେହି ଗାଁର ୭୦ ବର୍ଷୀୟ ବୃଦ୍ଧ ଜଗବନ୍ଧୁ ବାଘ । ଜଗବନ୍ଧୁଙ୍କ ଗତ କିଛିଦିନ ତଳେ ଜ୍ଵର ହେବା ଯୋଗୁଁ ସେ କୋଭିଡ ପରୀକ୍ଷା କରାଇଥିଲେ । ଗତକାଲି ତାଙ୍କର ପୋଜିଟିଭ ଥିବା ଜଣା ପଡିଥିଲା । ଗତକାଲି ଠାରୁ ପାରିବାରିକ ବୋଝ ଓ କଟକଣା ଯୋଗୁଁ ସେ ମାନସିକ ଚାପରେ ଥିଲେ । ଆଜି ସକାଳ ସାଢେ ୭ ଟାରେ ଗାଁ ପାଖ କାଠପାଳ ଗ୍ରାମର ଅଣାଯୋର ନାଳ ନିକଟରେ ଏକ ଆମ୍ବ ଗଛରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକଙ୍କ ଠାରୁ ଖବରପାଇ ଛେଣ୍ଡିପଦା ପୁଲିସ ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୋଭିଡ ନିୟମ ଅନୁସାରେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । Advertisement
ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଏନଟିପିସି ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ…
କାର ଧକ୍କାରେ ମୋଟରସାଇକେଲ ଚାଳକ ମୃତ ଅନୁଗୁଳ – କାର୍ ଧକ୍କାରେ ଜଣେ ମୃତ । ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ଛକ ନିକଟରେ ମୋଟରସାଇକେଲକୁ କାର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…