ଆଞ୍ଚଳିକ ସ୍କୁଟି ଧକ୍କାରେ ବୃଦ୍ଧ ମୃତ Angul OnlineOctober 15, 2021October 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ କମାରଘାଇ ପୋଲ ନିକଟରେ ଏକ ସ୍କୁଟି ଧକ୍କାରେ ଆଜି(ଶୁକ୍ରବାର) ସକାଳ ୭ ଟା ବେଳେ ଜଣେ ବୃଦ୍ଧଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ପାତ୍ରପଡା ଗ୍ରାମର ୭୦ ବର୍ଷୀୟ ରାଜକିଶୋର ସାହୁ । ସୂଚନା ଅନୁସାରେ ପାତ୍ରପଡା ଗ୍ରାମର ରାଜକିଶୋର ସାହୁ ୫ ବର୍ଷ ହେବ ବସନ୍ତପୁର ପଞ୍ଚାୟତର ଚାଉଁରିଆପାଳ ଗାଁରେ ନିଜ ଝିଅ ଘରେ ରହୁଥିଲେ । ଆଜି ସକାଳେ କମାରଘାଇ ପୋଲ ନିକଟରୁ ଶୈାଚ ହୋଇ ଘରକୁ ଫେରୁଥିବା ବେଳେ ବସନ୍ତପୁରରୁ ବାଗଡିଆ ଯାଉଥିବା ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାକଡକୁ ଛିଟିକି ପଡିଥିଲେ । ଖବରପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । Advertisement
ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩…
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର…
ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ…