ଆଞ୍ଚଳିକ ସ୍କୁଟି ଧକ୍କାରେ ବୃଦ୍ଧ ମୃତ Angul OnlineOctober 15, 2021October 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ କମାରଘାଇ ପୋଲ ନିକଟରେ ଏକ ସ୍କୁଟି ଧକ୍କାରେ ଆଜି(ଶୁକ୍ରବାର) ସକାଳ ୭ ଟା ବେଳେ ଜଣେ ବୃଦ୍ଧଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ପାତ୍ରପଡା ଗ୍ରାମର ୭୦ ବର୍ଷୀୟ ରାଜକିଶୋର ସାହୁ । ସୂଚନା ଅନୁସାରେ ପାତ୍ରପଡା ଗ୍ରାମର ରାଜକିଶୋର ସାହୁ ୫ ବର୍ଷ ହେବ ବସନ୍ତପୁର ପଞ୍ଚାୟତର ଚାଉଁରିଆପାଳ ଗାଁରେ ନିଜ ଝିଅ ଘରେ ରହୁଥିଲେ । ଆଜି ସକାଳେ କମାରଘାଇ ପୋଲ ନିକଟରୁ ଶୈାଚ ହୋଇ ଘରକୁ ଫେରୁଥିବା ବେଳେ ବସନ୍ତପୁରରୁ ବାଗଡିଆ ଯାଉଥିବା ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାକଡକୁ ଛିଟିକି ପଡିଥିଲେ । ଖବରପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । Advertisement
ପୂର୍ବତନ ସରପଞ୍ଚଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପାତ୍ରପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ୍ୱର ସାହୁଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ଯୋଗେଶ୍ୱର ସାହୁ ଦୀର୍ଘ…
ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା…
ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ…