ଖେଳ ଓ ଖେଳାଳି ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ Angul OnlineJanuary 31, 2021January 31, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୋଲଡା ଠାରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଥମ ଶିବଶକ୍ତି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଗୋବରା , ଅନୁଗୁଳ ମା ବାସନ୍ତୀ ଦୂର୍ଗା ଭଲିବଲ ଟିମ , ଟାକୁଆ , ପୋଡାପଡା , ବ୍ରାହ୍ମଣବିଲ , ବଲଣ୍ଡା , ପଥରମୁଣ୍ଡା ଓ ଛେଣ୍ଡିପଦା ଟିମ ଅଂଶଗ୍ରହଣ କରିଥିଲେ । ନକଆଉଟ ପର୍ଯ୍ୟାୟରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ବ୍ରାହ୍ମଣବିଲ ଏବଂ ଟାକୁଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିବା ବେଳେ ଟାକୁଆ ଟିମ ୩-୧ ରେ ବିଜୟ ହାସଲ କରିଥିଲା । ଉଦଯାପନୀ ଉତ୍ସବରେ ହିଙ୍ଗୁଳା ଖଣିର ଜିଏମ ରେଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରିଥିବା ଟାକୁଆର ପିଣ୍ଟୁ ବେଷ୍ଟ ଆଟାକର , ଟିକି ବେଷ୍ଟ ଳିବେରୋ ଓ ବ୍ରାହ୍ମଣବିଲ ଦଳର ସୁନୀଲ ବେଷ୍ଟ ସେଟଅପର ଭାବେ ପୁରସ୍କୃତ କରା ଯାଇଥିଲା । ଶିବଶକ୍ତି କ୍ଲବ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିବା ବେଳେ ବିଜୟ କୁମାର ବାଗ , ସଂବିତ କୁମାର ସାମଲ , ତପନେଶ୍ବର ପ୍ରଧାନ ଓ ଉଦିତ ଗଡନାୟକ ଖେଳ ପରିଚାଳନା କରିଥିଲେ । Advertisement
ଓଡ଼ିଶା ଡିଫ୍ ଟାଇଗର ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡ଼ିଆରେ ଓଡ଼ିଶା ବଧିର କ୍ରିକେଟ ସଂଘ ଆନୁକୂଲ୍ୟରେ ଫେବୃଆରୀ ୩ ତାରିଖ ଠାରୁ ଆୟୋଜିତ ହୋଇଥିବା ପ୍ରଥମ ଓଡିଶା ଟ୍ବେଣ୍ଟି-୨୦ ବଧିର…
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…
ଜିଲ୍ଲାସ୍ତରୀୟ ଫିଫା ବିଶ୍ୱକପ ଆୟୋଜିତ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଫିଫା ମହିଳା ବିଶ୍ଵକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି…