ମୁଖ୍ୟ ଖବର ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ Angul OnlineMay 2, 2021May 2, 2021 ଅନୁଗୁଳ – ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜି ସକାଳୁ ଅନୁଗୁଳ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରୁ ଅକ୍ସିଜେନ ଏକ୍ସପ୍ରେସ ବାହାରି ହରିୟାନା ଯାଇଛି । ଦୁଇଟି ଟ୍ୟାଙ୍କରରେ ପାୟ ୪୦ ଲିଟର ତରଳ ଅକ୍ସିଜେନ ଭରା ଟ୍ୟାଙ୍କର ରେଳ ଯୋଗେ ଯାଇଛି । ହରିୟାନା ସରକାରଙ୍କ ଅନୁରୋଧ କ୍ରମେ ଦୁଇଟି ଖାଲି ଟ୍ୟାଙ୍କର ଥିବା ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲକୁ ଗତକାଲି ଅନୁଗୁଳର ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରେ ଲୋଡିଂ ପାଇଁ ରଖାଯାଇ ପ୍ରାୟ ୪୦ ଟନ୍ LMO ଦୁଇଟି ଟ୍ୟାଙ୍କରରେ ଭର୍ତିକରାଯାଇ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ହରିୟାନା ଯାତ୍ରା କରିଛି । ଜେଏସପିଏଲର ଅନୁଗୁଳ ପ୍ଲାଣ୍ଟ ଏହା ବ୍ୟତୀତ ବିଭିନ୍ନ ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁଯାୟୀ ପ୍ରତିଦିନ ପ୍ରାୟ ୧୦୦ ମେଟ୍ରିକ ଟନ LMO ପଠାଉଛି । Advertisement
ରେଞ୍ଜ ଅଫିସର ନିଲମ୍ବିତ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ…
ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍ ଆକ୍ରାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ…
ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପୁଲିସ ଆଜି ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି । ଗୋଟିଏ ଦେଶୀ ବନ୍ଧୁକ ଏବଂ…