ଅପରାଧ ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ Angul OnlineAugust 25, 2021August 25, 2021 ତାଳଚେର – ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରି କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର ଏସି ପାଇପ ଓ ତାର କାଟି ଚୋରି କରିନେଲା । ଆଉ ଏହି ଚୋରି ବେଳର ଦୃଶ୍ୟ ସିସି ଟିଭିରେ କଏଦ ହେବା ସହ ଏବେ ଭାଇରାଲ ହେବାର ଲାଗିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତାଳଚେର ତାମ୍ରିତ ମାର୍କେଟରେ ଥିବା ମନସୁନ , ସୀମା ଟେଲର , ଅଭୀପ୍ସା ବିଉଟି ପାର୍ଲର , ବାସନ୍ତୀ ଇଲେକ୍ଟ୍ରୋନିକ୍ସ , ଆକାଶ ଡ୍ରେସ ଓ ଆସିଆନ ଫେସନ ଦୋକାନର ମାଲିକ ମାନେ ଆଜି ଦୋକାନ ଖୋଲିବା ପରେ ଯେତେବେଳେ ଏସି ଚଳେଇବା ବେଳେ ଏସି ଆଉ ଚାଲି ନଥିଲା । କଣ ହେଇଛି ବୋଲି ଦେଖିବା ବେଳକୁ ଛାତ ଉପରୁ ଏସିର ତାର ଆଉ ପାଇପ କେହି ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା । କିଏ ଓ କାହିଁକି ଏଭଳି କରିଛି ଚିନ୍ତା କରି ସିସି ଟିଭି ଜାଞ୍ଚ କରିବା ବେଳେ ରାତି ୨.୩୦ ରୁ ୨.୪୫ ସମୟରେ ଜଣେ ବ୍ୟକ୍ତି ଆସି ଛାତ ଉପରକୁ ଚଢି ଏହି ୫ ଟି ଦୋକାନରେ ଲାଗିଥିବା ଏସିର ତାର ଆଉ ପାଇପ କାଟି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସମ୍ପୃକ୍ତ ଚୋର ଏଭଳି ଏସିର ପାଇପ ଆଉ ତାର କାହିଁକି ଚୋରି କରିଲା ତାହା ଜଣା ପଡି ନାହିଁ । ଏହାକୁ ଚୋରି କରି କବାଡିରେ ବିକ୍ରି କରିବା ପରେ ମଦ ପିଇବାକୁ ଏଭଳି କରି ଥାଇ ପାରେ ବୋଲି ସନ୍ଦେହ କରା ଯାଉଛି । https://angulonline.com/odia/wp-content/uploads/2021/08/WhatsApp-Video-2021-08-25-at-18.46.58.mp4 Advertisement
ଟିଉସନ ଗଲା ବାଟରେ ନାବାଳିକା ଦୁଷ୍କର୍ମ ,ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…
ମାରଣାସ୍ତ୍ର ଓ ଟଙ୍କା ସହ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଦ୍ୱାରା ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଏକ…