ଅପରାଧ ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ Angul OnlineAugust 25, 2021August 25, 2021 ତାଳଚେର – ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରି କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର ଏସି ପାଇପ ଓ ତାର କାଟି ଚୋରି କରିନେଲା । ଆଉ ଏହି ଚୋରି ବେଳର ଦୃଶ୍ୟ ସିସି ଟିଭିରେ କଏଦ ହେବା ସହ ଏବେ ଭାଇରାଲ ହେବାର ଲାଗିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତାଳଚେର ତାମ୍ରିତ ମାର୍କେଟରେ ଥିବା ମନସୁନ , ସୀମା ଟେଲର , ଅଭୀପ୍ସା ବିଉଟି ପାର୍ଲର , ବାସନ୍ତୀ ଇଲେକ୍ଟ୍ରୋନିକ୍ସ , ଆକାଶ ଡ୍ରେସ ଓ ଆସିଆନ ଫେସନ ଦୋକାନର ମାଲିକ ମାନେ ଆଜି ଦୋକାନ ଖୋଲିବା ପରେ ଯେତେବେଳେ ଏସି ଚଳେଇବା ବେଳେ ଏସି ଆଉ ଚାଲି ନଥିଲା । କଣ ହେଇଛି ବୋଲି ଦେଖିବା ବେଳକୁ ଛାତ ଉପରୁ ଏସିର ତାର ଆଉ ପାଇପ କେହି ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା । କିଏ ଓ କାହିଁକି ଏଭଳି କରିଛି ଚିନ୍ତା କରି ସିସି ଟିଭି ଜାଞ୍ଚ କରିବା ବେଳେ ରାତି ୨.୩୦ ରୁ ୨.୪୫ ସମୟରେ ଜଣେ ବ୍ୟକ୍ତି ଆସି ଛାତ ଉପରକୁ ଚଢି ଏହି ୫ ଟି ଦୋକାନରେ ଲାଗିଥିବା ଏସିର ତାର ଆଉ ପାଇପ କାଟି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସମ୍ପୃକ୍ତ ଚୋର ଏଭଳି ଏସିର ପାଇପ ଆଉ ତାର କାହିଁକି ଚୋରି କରିଲା ତାହା ଜଣା ପଡି ନାହିଁ । ଏହାକୁ ଚୋରି କରି କବାଡିରେ ବିକ୍ରି କରିବା ପରେ ମଦ ପିଇବାକୁ ଏଭଳି କରି ଥାଇ ପାରେ ବୋଲି ସନ୍ଦେହ କରା ଯାଉଛି । https://angulonline.com/odia/wp-content/uploads/2021/08/WhatsApp-Video-2021-08-25-at-18.46.58.mp4 Advertisement
୫ ବର୍ଷ ଶିଶୁକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ବେଲସୁଣ୍ଡା ଗ୍ରାମରେ ଦେଢ଼ ବର୍ଷ ତଳେ ଜଣେ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ ମାମଲାର ରାୟ ଗୁରୁବାର ସିଜେଏମ୍ କୋର୍ଟରେ…
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ ଅନୁଗୁଳ – ସାମାନ୍ୟ ବଚସାରୁ ଜଣେ ରାଜମିସ୍ତ୍ରୀଙ୍କୁ ହତ୍ୟା । ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଗ୍ରାମରେ ଘଟିଛି । ମୃତକ ଜଣଙ୍କ ପଞ୍ଚମହଲା…
ମଣ୍ଡପ ଉପରେ ବିଭତ୍ସ ହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ଏକ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର । ମୃତକ ଜଣକ…