ଆଞ୍ଚଳିକଭାଇରାଲ ଭିଡିଓ ବିୟର କ୍ୟାନରେ ପଶିଗଲା ଢାମଣା ସାପ Angul OnlineJune 15, 2021June 15, 2021 ଅନୁଗୁଳ – ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ଗ୍ରାମରେ । ଗାଁର ଉମାକାନ୍ତ ବେହେରାଙ୍କ ବାଡିରେ ଏକ ଢ଼ମଣା ସାପ ଏକ ପରିତ୍ୟକ୍ତ ବିୟର କ୍ୟାନ ଭିତରେ ମୁଣ୍ଡ ଭର୍ତ୍ତି କରି ଛଟପଟ ହେଉଥିଲା । ଉମାକାନ୍ତ ଏହା ଦେଖି ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଳ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଏକ କଇଁଚି ସାହାଯ୍ୟରେ ଯତ୍ନର ସହିତ ବିୟର କ୍ୟାନକୁ କାଟି ବାହାର କରିବା ପରେ ସାପଟି ମୃତ୍ୟୁ ଫାଶରୁ ମୁକୁଳି ଥିଲା । ସୌଭାଗ୍ୟବଶତଃ ସାପଟିର ବେକରେ ଆଘାତ ଲାଗିନଥିଲା । ତେଣୁ ହିମାଂଶୁ ସାଢ଼େ ଏହି ୫ ଫୁଟ ଲମ୍ବର ଢ଼ମଣା ସାପଟିକୁ ଗାଁ ଠାରୁ ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଥିଲେ । https://angulonline.com/odia/wp-content/uploads/2021/06/sn.mp4 Advertisement
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଳାକେନ୍ଦ୍ରଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…