ଆଞ୍ଚଳିକ ମେଡ଼ିକାଲ କଲେଜର ପରିଚାଳନା ରାଜ୍ୟ ସରକାର ନିଅନ୍ତୁ – କାଳନ୍ଦୀ Angul OnlineMay 10, 2022May 10, 2022 ତାଳଚେର – ଓଡ଼ିଶା ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମହାନଦୀ କୋଲ ଫିଇଲ୍ଡ(ଏମସିଏଲ) ଦ୍ୱାରା ପ୍ରତିଷ୍ଠିତ ସ୍ଥାନୀୟ ତାଳଚେର ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ଶୀଘ୍ର ନିଜ ହାତକୁ ନିଅନ୍ତୁ ବୋଲି ମଙ୍ଗଳବାର ତାଳଚେର ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲ । ଶ୍ରୀ ସାମଲ ବିସ୍ତୃତ ଭାବେ ସୂଚନା ଦେଇ କହିଛନ୍ତି ଯେ ଅନୁଗୁଳ ଜିଲ୍ଲା ତାଳଚେର ଠାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ୧୦୦ ସିଟ୍ ଏମବିବିଏସ ସିଟ୍ ସମେତ ୫୦୦ ଶଯ୍ୟା ବିଶିଷ୍ଟ ମହନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ ସ୍ଥାପନ ହୋଇଛି । ଏହି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଅନୁଗୁଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୟାଗଡ଼ର ପାଖାପାଖି ୭୦ ଲକ୍ଷ ଲୋକ ଉତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ବିଶେଷ ଭାବରେ ଉପକୃତ ହେବେ । ଏହାବ୍ୟତିତ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡ଼ିକାଲ ପାଠ ପଢ଼ିବାର ସୁଯୋଗ ପାଇବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖଣି କୋଇଲା ବିଭାଗର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ହସ୍ପିଟାଲର ପରିଚାଳନା କାର୍ଯ୍ୟକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଆଲୋଚନା କରିବା ସହ ଗତ ମାର୍ଚ୍ଚ ୯ ତାରିଖରେ ଏ ସମ୍ପର୍କରେ ଏକ ଚିଠି ପ୍ରଦାନ କରିଥିଲେ । ଏହାର ଫଳସ୍ୱରୂପ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଏମସିଏଲ କର୍ତୃପକ୍ଷଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତୀ ସମୟରେ ଏମସିଏଲ କର୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେଇ ରାଜ୍ୟ ସରକାରଙ୍କୁ ଗତ ଏପ୍ରିଲ ୨୧ରେ ପତ୍ର ଲେଖି ହସ୍ପିଟାଲର ପରିଚାଳନା ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ । ଏହାସହ ଏମସିଏଲ କର୍ତୃପକ୍ଷ ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ବ୍ୟବସ୍ଥା କରିବା ପାଇଁ ମଧ୍ୟ ପତ୍ରରେ ଉଲ୍ଲେଖ କରିଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଏଥିପାଇଁ ସହଯୋଗ କରିବା ନେଇ ମଧ୍ୟ ଶ୍ରୀ ସାମଲ ଆଶାବ୍ୟକ୍ତ କରିଛନ୍ତି । ନିଜ ବ୍ୟକ୍ତିଗତ ସ୍ୱାର୍ଥକୁ କେବଳ ନଦେଖି ତାଳଚେର ଓ ରାଜ୍ୟବାସୀଙ୍କ କଲ୍ୟାଣକୁ ବିଧାୟକ ସମ୍ମାନ ଦିଅନ୍ତୁ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲ ସାମ୍ବାଦିକ ସମ୍ମିଳନୀରେ ଦୋହରାଇଛନ୍ତି । Advertisement
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ…
ସରକାରୀ ଜମିକୁ ନିଜ ଜମି କହି ବିକ୍ରି – ଠକେଇ ଅଭିଯୋଗରେ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…