ମୁଖ୍ୟ ଖବର ଦୋକାନ ଘର ଭିତରକୁ ପଶିଗଲା ଟ୍ରକ Angul OnlineDecember 5, 2021December 5, 2021 ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା ଦେଇଥିଲା । ଫଳରେ ଦୋକାନ ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ସୌଭାଗ୍ୟ ବଶତଃ ଟ୍ରକର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ୧୨ ଚକିଆ ଟ୍ରକ ଦେବଗଡରୁ ଅନୁଗୁଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଅନୁଗୁଳ ଯାଉଥିବା ବେଳେ ରାତି ପ୍ରାୟ ଗୋଟେ ସମୟରେ ଛେଣ୍ଡିପଦା ଥାନା ଛକ ୪ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଦି ଦୋକାନ ଏବଂ ରବି ସାହୁଙ୍କର ଇଲେଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇ ଭିତରକୁ ପଶିଯାଇଥିଲା । ଫଳରେ ଦୋକାନ ଘର ଦୁଇଟି ସମ୍ପୁର୍ଣ୍ଣ ଭାଙ୍ଗିଯିବା ଯିବା ସହ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ଏହି ଦୁର୍ଘଟଣାରେ ଟ୍ରକରେ ଥିବା ଚାଳକ ଅଳ୍ପକେ ବର୍ତ୍ତି ଯାଇ ଥିବା ଜଣା ପଡିଛି । ତେବେ ରାତି ହୋଇଥିବାରୁ ଦୁର୍ଘଟଣାରେ କୌଣସି ଜନଜୀବନ ହାନି ହୋଇ ନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଦୋକାନ ଦୁଇଟିକୁ କ୍ଷତିପୂରଣ ଯୋଗାଇଦେବା ପାଇଁ ବଣିକ ସଂଘ ତଥା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରିଛନ୍ତି । Advertisement
ପାଞ୍ଚ ଦିନ ସ୍କୁଲ ଛୁଟି – ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କାଲି ଠାରୁ ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି…
ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ ଅନୁଗୁଳ – ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣା । କେଇ ମିନିଟ୍ ମଧ୍ଯରେ ଗଡି ଯାଇଥିଲା ୫ ମୁଣ୍ଡ…
ବଜ୍ରପାତରେ ଜଣେ ଏବଂ ଗଛରୁ ପଡି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ…