ଆଞ୍ଚଳିକମୁଖ୍ୟ ଖବର ଥାନା ଭିତରେ ଜଳିଗଲା ଗାଡି Angul OnlineFebruary 6, 2021February 6, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ମଧ୍ୟାହ୍ନରେ ହଠାତ ଏକ ଗାଡିରେ ନିଆଁ ଲାଗିବା ଦେଖିବାକୁ ମିଳିଥିଲା । ଦେଖୁଦେଖୁ ନିଆଁ ଅନ୍ୟ ଏକ ଗାଡିରେ ମଧ୍ୟ ଲାଗି ଯାଇଥିଲା । ହୁ ହୁ ହୋଇ ଗାଡି ଦୁଇଟି ଜଳିବା ଫଳରେ ନିଆଁକୁ ଆୟତ କରା ଯାଇ ପାରି ନଥିଲା । ଖବର ପାଇ ବାମୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଦୁଇଟି ଥାନା ପରିସରରେ ରକ୍ଷା ଯାଇଥିବା ଦୁଇଟି ଜବତ ଗାଡି ପଡି ନଷ୍ଟ ହୋଇ ଯାଇଛି । ସୌଭାଗ୍ୟକୁ ଅନ୍ୟ ଗାଡି ଗୁଡିକ ବର୍ତ୍ତୀ ଯାଇଛି । Advertisement
ସତ୍ୟାଗ୍ରହରେ ଓକିଲ ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ…
ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ଅନୁଷ୍ଠିତ ଅନୁଗୁଳ – କୋହଲା ପାଗ ତା’ ସାଙ୍ଗକୁ ହାଲୁକା ସୁଲୁସୁଲିଆ ପବନ । ସକାଳୁ ସକାଳୁ ଏଭଳି ଏକ ନିଆରା ପରିବେଶରେ ‘ଅନଗୁଳ ଜିଲ୍ଲା ଯୋଗ ସ˚ଘ…
ସରକାରୀ ଜମିକୁ ନିଜ ଜମି କହି ବିକ୍ରି – ଠକେଇ ଅଭିଯୋଗରେ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…