Uncategorizedଅପରାଧ ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ Angul OnlineJanuary 20, 2023January 20, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ ଏକ ଟ୍ରକକୁ ଅଟକାଇ ଲୁଟ ଉଦ୍ୟମ କରୁଥିବାବେଳେ ଜଣେ ଲୁଟେରାକୁ କାବୁ କରିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟରାଜପଥ ଦେଇ ଯାଉଥିବା ଚନ୍ଦନନଗର ଠାରେ ଛିଡା ହୋଇଥିବା ଏକ ଟ୍ରକର ଚାଳକକୁ ୩ଜଣ ଯୁବକ ଏକ ପଳସର ମୋଟରସାଇକେଳରେ ଆସି ଚାଳକର ମୁଣ୍ଡରେ ପିସ୍ତଲ ଦେଖାଇ ଲୁଟ ଉଦ୍ୟମ କରିବା ସହ ମୋବାଇଲ ଓ ଟଙ୍କା ଛଡାଇଥିଲେ । ଏହି ସମୟରେ ଲୁଟ ଉଦ୍ୟମ ହେଉଥିବା ଜାଣି ସ୍ଥାନୀୟ ଗ୍ରାମବାସୀ ଦଉଡି ଆସିବାରୁ ଦୁଇ ଜଣ ଦୁର୍ବୃତ୍ତ ପଳାଇ ଯାଇଥିବାବେଳେ ଜଣକୁ ଗ୍ରାମବାସୀ କାବୁ କରିନେଇଥିଲେ । ଉକ୍ତ ଯୁବକକୁ ଗ୍ରାମବାସୀ ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ । ପରେ ଏ ନେଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ଲୁଟେରାକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତରୁ ଉକ୍ତ ଲୁଟେରା ଜଣକ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ କରିଥିବାବେଳେ କିଛିଦିନ ତଳେ ଛେଣ୍ଡିପଦା ଅଞ୍ଚଳରେ ହୋଇଥିବା ଲୁଟରେ ମଧ୍ୟ ସମ୍ପୃକ୍ତି ଥିବାନେଇ ସନ୍ଦେହ କରିଛି । ପୁଲିସ ମୋଟରସାଇକେଲକୁ ଜବତ କରିବା ସହ ଲୁଟେରାକୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଜାରିରଖିଛି । Advertisement
ବ୍ରାଉନସୁଗାର ସହ ମହିଳା ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ଅବକାରୀ ଓ ପୁଲିସର ମୁଣ୍ଡବିନ୍ଧାର କାରଣ ପାଳଟିଥିବା…
ଅଦିନିଆ ବର୍ଷା ପାଇଁ ଧାନ ଓ ପନିପରିବା ଚାଷ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ଦାବି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଅଦିନିଆ ବର୍ଷା ଯୋଗୁଁ ଧାନ ଜମିରେ ପାଣି ଏବେ ମଧ୍ୟ ଜମି…
ଟ୍ରେନ ଭିତରେ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ – ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଅନୁଗୁଳ – ଟ୍ରେନ ଶୌଚାଳୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇଛି । ଆତ୍ମହତ୍ଯା ଉଦ୍ଯମ କରିଥିବା ବେଳେ ଗୁରତର ଅବସ୍ଥାରେ ତାକୁ ଜିଲ୍ଲା…