ମୁଖ୍ୟ ଖବର ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା Angul OnlineOctober 25, 2022October 25, 2022 ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ ହଠାତ ଟଳି ପଡିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡା ଟାଉନ ଉଦୟପୁର ଅଞ୍ଚଳରେ । ସୂଚନା ଅନୁସାରେ ଡଲି ନାୟକ ନାମକ ଜଣେ ମଧ୍ୟ ବୟସ୍କା ବିବାହିତା ମହିଳା ଆଜି ଦିନ ଏଗାରଟା ବେଳେ ପାଲଲହଡା ଟାଉନ ଉଦୟପୁର ସ୍ଥିତ ଭଉଣୀ ଘରକୁ ନିଜ ଆଠ ବର୍ଷର ପୁଅ ସହିତ ଆସିଥିଲେ । ତାଙ୍କ ଆଠ ବର୍ଷର ପୁଅକୁ ଘରେ ଛାଡି ଦେଇ ଘରଠାରୁ ମାତ୍ର ପଚାଶ ମିଟର ଦୁର ରାସ୍ତା କଡ ଖୋଲା ପଡିଆରେ ବସି ମୋବାଇଲରେ କଥା ହେଉଥିବା ବେଳେ ସେହି ସ୍ଥାନରେ ଖସି ପଡିଥିଲେ । କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ମହିଳା ଜଣଙ୍କ ପଡିଥିବା ଦେଖି ପାଖ ପଡିଶା ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ତୁରନ୍ତ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯିଅଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମରୁତ ଘୋଷଣା କରିଥିଲେ । ଖବରପାଇ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଲାଇଛି । ପ୍ରାରମ୍ଭିକ ତଦନ୍ତରୁ ହୃଦଘାତ ଜନିତ ମୃତ୍ୟୁ ବୋଲି ପୁଲିସ ସନ୍ଦେହ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି । ମୃତ ଡଲି ନାୟକ ପିତା ପହଲା ନାୟକ ଘର ପାଳଲହଡା ବ୍ଲକ ଜୋକପାଣି ଅଞ୍ଚଳର ହୋଇଥିବା ବେଳେ ସେ ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ର ଟାଇସିରା ଗାଁରେ ବିବାହ କରିଥିଲେ । ତାଙ୍କ ପାଖରେ ଆଠ ବର୍ଷର ପୁଅ ରହିଛି । ତେବେ କିଛି ବର୍ଷ ହେଲା ଡଲି ନାୟକ ତାଙ୍କ ଭଉଣୀ ପାଖରେ ରହି ଆସୁଥିବା ଜଣା ପଡିଛି । Advertisement
ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ।…
ଗାଡି ଜାଞ୍ଚ ବେଳେ ପୁଲିସ ଗାଡି ଡ୍ରାଇଭରଙ୍କୁ ଚାପି ଦେଲା ଟ୍ୟାଙ୍କର – ଡ୍ରାଇଭର ମୃତ ଅନୁଗୁଳ – ଜାତୀୟ ରାଜପଥ ୫୫ ର କୁଟାସିଂହା ଠାରେ ପୁଲିସ ଚେକିଂ ବେଳେ ଅଘଟଣ ଘଟି ଯାଇଛି। ଏକ ଟ୍ୟାଙ୍କର ଧକ୍କାରେ ଜଣେ ପୁଲିସ ଗାଡି…
ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ ଅନୁଗୁଳ – ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ…