ଅପରାଧ ପୁର୍ବ ଶତୃତାରୁ ଗୁଳି ମାଡ – ଯୁବକ ମୃତ Angul OnlineJune 14, 2023June 14, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରେଞ୍ଜର ଭୋଇ । କେଞ୍ଚୁଆନାଳୀ ଗ୍ରାମର ରେଞ୍ଜର ଭୋଇଙ୍କ ଘରେ ସେହି ଗ୍ରାମର ମଙ୍ଗୁଳୁ ଭୋଇ ପଶି ପ୍ରଥମେ ପଥର ମାଡ଼ କରିଥିଲା । ପରେ ଏକ ଦେଶୀ ବନ୍ଧୁକରେ ରେଞ୍ଜରଙ୍କ ପଛକୁ ଗୁଳି ମାଡ଼ କରିଥିଲା ମଙ୍ଗୁଳୁ ଭୋଇ । ଗୁଳିମାଡ଼ କରିବା ପରେ ମଙ୍ଗୁଳୁ ଭୋଇ ଫେରାର ହୋଇ ଯାଇଛି। ଗୁଳି ମାଡ଼ରେ ରେଞ୍ଜର ଭୋଇଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ଼ ପରେ ଗ୍ରାମରେ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। Advertisement
ନିଜ ଦେହରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳାଙ୍କ ଆତ୍ମହତ୍ୟା ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଜମରଡିହ ଗାଁ ରେ ବୁଧବାର ନିଜ ଦେହ ରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳା ଆତ୍ମହତ୍ୟା କରିଥିବା…
ଡାକ୍ତରଙ୍କଠାରୁ କୋଟିଏ ଟଙ୍କା ଠକିଥିବା ହୀରକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…
ଟିକନ ହତ୍ୟା ଅପରାଧୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି…