ମୁଖ୍ୟ ଖବର ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ଗୁରୁତର Angul OnlineAugust 10, 2022August 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଅଞ୍ଚଳରେ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣା ପଡ଼ିଛି । ଏକଘରିଆ ଠାରେ ବନ୍ଦ ହୋଇ ପଡ଼ିଥିବା ବିନ୍ଦଲ କାରଖାନାରେ ଏଭଳି ଘଟଣା ଘଟିଛି । ବିନ୍ଦଲ କାରଖାନାର ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଗୁରୁତର ହୋଇଥିବା ଯୁବକ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଆଜି ଅପରାହ୍ନରେ କିଛି ଯୁବକ କାରଖାନା ପରିସରକୁ ଚୋରି କରିବାକୁ ପଶିଥିବା ବେଳେ ବାଧ୍ୟ ହୋଇ ସେମାନେ ଗୁଳି ଚଳାଇଥିଲେ । ତେବେ ଗୁଳିର କିଛି ଅଂଶ ବିଲିଣ୍ଡା ଗାଁର ଲିପକ ବେହେରାଙ୍କ ଗୋଡ ଓ ପେଟରେ ବାଜିଥିଲା । ଯାହା ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସେପଟେ ଲିପକଙ୍କ ପରିବାର ଲୋକଙ୍କ କହିବା କଥା ସେମାନେ ମାଛ ମାରିବାକୁ ଯାଇଥିବା ବେଳେ ସୁରକ୍ଷାକର୍ମୀ ମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଖବର ପାଇ ତାଳଚେର ପୁଲିସ ଘଟଣା ଉପରେ ନଜର ରଖିଥିବା ବେଳେ ଖବର ଲେଖାଯିବା ଯାଏ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣା ପଡିଛି । Advertisement
ଡାକ୍ତରଙ୍କ ଘରୁ ଟଙ୍କା ଓ ସୁନା ଚୋରି – ରୋଷେୟା ଗିରଫ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗଡ଼ସାହିର ଅବସରପ୍ରାପ୍ତ ଡ଼ାକ୍ତର ଅକ୍ଷୟ କୁମାର ସିଂଙ୍କ ଘରୁ ଟଙ୍କା , ସୁନା ଚୋରି ଘଟଣାର…
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବାଛୁରୀ – ଚିକିତ୍ସା ଯୋଗାଇ ଦେବାକୁ ନିବେଦନ ଅନୁଗୁଳ – ଚିକିତ୍ସା ପାଇଁ ଗୁହାରି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ବାଛୁରୀ । କଥା ଟା ଟିକେ ଅଡ଼ୁଆ ଲାଗିଲେ ବି ସତ । ଏଭଳି…
ବଦଳିଲେ ୮ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଈନ୍ସପେକ୍ଟର ସ୍ତରରେ ବ୍ଯାପକ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶକ୍ରମେ…