ଅପରାଧ ବିଡ଼ିଓଙ୍କ ବାସଭବନରୁ ଚୋରୀ Angul OnlineJune 16, 2022June 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ବାସଭବନରୁ ଚୋରୀ ହୋଇଥିବା ନେଇ ଆଜି ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ତାଙ୍କ ସରକାରୀ ବାସଭବନର ତାଲା ଭାଙ୍ଗି ଭିତରେ ପଶିବା ସହ ଚୋରୀ କରିଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସନ୍ଧ୍ୟାରାଣୀ ମାଝୀ ବିଇଡ଼ି କଲେଜ ଛକ ନିକଟରେ ଥିବା ସରକାରୀ ବାସ ଭବନରେ ରୁହନ୍ତି । ତେବେ ସେ ବାସଭବନରେ ନଥିବା ବେଳେ କେହି ଦୁର୍ବୃତ୍ତ ଘର ମୁଖ୍ୟ ଦରଜାର ତାଲା ଭାଙ୍ଗି ଭିତରେ ପଶିବା ସହ ତାଙ୍କ ଘରୁ ଏକ ଟିଭି ଓ ଏକ ଲ୍ୟାପଟପ ନେଇ ଫେରର ହୋଇ ଯାଇଛି । ବାସଭବନକୁ ଆସିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଚୋରୀ ହୋଇଥିବା ନେଇ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
ପୂର୍ବ ଶତ୍ରୁତା ପାଇଁ ଶୋଇଥିବା ବେଳେ ଭାଇ ଓ ଭଉଣୀକୁ କରା ଯାଇଥିଲା ଗୁଳି ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ…
ବଜାର ଭିତରୁ ଡିକି ଭାଙ୍ଗି ନେଇଗଲେ ଏକ ଲକ୍ଷ ଟଙ୍କା (ଭିଡିଓ) ତାଳଚେର – ପୁଣି ମାତିଲେ ଡିକି ଲୁଟେରା । ଜନ ଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି…