ଅପରାଧ ବିଡ଼ିଓଙ୍କ ବାସଭବନରୁ ଚୋରୀ Angul OnlineJune 16, 2022June 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ବାସଭବନରୁ ଚୋରୀ ହୋଇଥିବା ନେଇ ଆଜି ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ତାଙ୍କ ସରକାରୀ ବାସଭବନର ତାଲା ଭାଙ୍ଗି ଭିତରେ ପଶିବା ସହ ଚୋରୀ କରିଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସନ୍ଧ୍ୟାରାଣୀ ମାଝୀ ବିଇଡ଼ି କଲେଜ ଛକ ନିକଟରେ ଥିବା ସରକାରୀ ବାସ ଭବନରେ ରୁହନ୍ତି । ତେବେ ସେ ବାସଭବନରେ ନଥିବା ବେଳେ କେହି ଦୁର୍ବୃତ୍ତ ଘର ମୁଖ୍ୟ ଦରଜାର ତାଲା ଭାଙ୍ଗି ଭିତରେ ପଶିବା ସହ ତାଙ୍କ ଘରୁ ଏକ ଟିଭି ଓ ଏକ ଲ୍ୟାପଟପ ନେଇ ଫେରର ହୋଇ ଯାଇଛି । ବାସଭବନକୁ ଆସିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଚୋରୀ ହୋଇଥିବା ନେଇ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ସାଙ୍ଗ ଭଉଣୀଙ୍କୁ ଅପହରଣ ଓ ଦୁଷ୍କର୍ମକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ…
ସ୍କୁଲ ଛାତ୍ରୀଙ୍କୁ ବସ ହେଲପରଙ୍କ ମାଡ଼ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଫୁଲପଡାଠାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀଙ୍କୁ ସ୍କୁଲ ବସର ହେଲପର ମାଡ଼ ମାରିଥିବା ଅଭିଯୋଗ ହୋଇଛି ।…
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…