ଅପରାଧ ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ Angul OnlineFebruary 8, 2022February 8, 2022 ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ ଥିବା ତେବେ ନିଅନ୍ତୁ । ଏଭଳି କହି ନକଲି ସୁନା ବିକିବାକୁ ଚେଷ୍ଟା କରୁଥିବା ବେଳେ ତିନି ଜଣ ଠକ ଧରା ପଡିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ହେମସୁରପଡାର ଦଣ୍ଡି ବନ୍ଧ ନିକଟରେ ଥିବା କିଛି ଘରକୁ ପଶ୍ଚିମବଙ୍ଗର ତିନିଯୁବକ ଆସିଥିଲେ । ସେହି ଘର ଲୋକଙ୍କୁ ଏହି ତିନିଯୁବକ ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସେମାନେ ଏକ ୨୦୦ ଗ୍ରାମର ସୁନା ମୁଣ୍ଡା ପାଇଛନ୍ତି ଆଉ ତାକୁ ବିକିବାକୁ ଚାହୁଛନ୍ତି ବୋଲି କହିଥିଲେ । ଯଦି କିଣିବାକୁ ଚାହୁଁଛନ୍ତି ତେବେ ପରଖି ନିଅନ୍ତୁ ବୋଲି ମଧ୍ୟ କହିଥିଲେ । ତେବେ ଘର ଲୋକ ମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳକୁ ଯାଇ ତିନିଜଣ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି । ତେବେ ସୂଚନା ଅନୁସାରେ ସୁନା ପରଖିବାକୁ କହିବା ବେଳେ ସେମାନେ ଅସଲି ସୁନା ଦେଖାଇ ପରବର୍ତ୍ତୀ ସମୟରେ ସେହି ସୁନାକୁ ବଦଳାଇ ନକଲି ସୁନା ବଦଳରେ ଟଙ୍କା ନେଇ ଚମ୍ପଟ ମାରିଥାନ୍ତେ । ଏଭଳି ଠକଙ୍କ ହାବୁଡରେ ପୂର୍ବରୁ ଅନେକ ଲୋକ ପଡିବାର ନଜିର ମଧ୍ୟ ରହିଛି । Advertisement
ନକଲି ମଦ ଠିପି ଓ ଲେବଲ ଜବତ ଘଟଣା – ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ସହର ଉପଖଣ୍ଡ ରାଣିଗୁଡାରୁ ଗତ ଫେବ୍ରୁଆରି ମାସ ୫ ତାରିଖ ଦିନ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଅନୁଗୁଳ ଅବକାରୀ ମିଳିତ ଚଢାଉ…
ଡିକି ଭାଙ୍ଗି ଟଙ୍କା ଲୁଟ ବେଳେ କାବୁ କରି ଉତ୍ତମ ମଧ୍ୟମ ପରେ ପୁଲିସ ଜିମା ଦେଲେ ଲୋକେ ଅନୁଗୋଳ – ଅନୁଗୋଳ ସହର ନୁଆଁ ବସଷ୍ଟାଣ୍ଡ ନିକଟରେ ଡିକି ଭାଙ୍ଗି ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଦୁର୍ବୃତ୍ତକୁ ଲୋକ କାବୁ କରିଥିବା ବେଳେ…
କାର ସହ ୫୨ କେଜି ଗଞ୍ଜେଇ ଜବତ-୪ ଜଣ ଯୁବକ ଗିରଫ ପାଲଲହଡା – ଗଞ୍ଜେଇ ଚୋରାଚାଳଣ ବେଳେ ପୁଲିସ ଦୁଇଟି କାର ସହ ୫୨ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ…