ଅପରାଧ ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ Angul OnlineFebruary 8, 2022February 8, 2022 ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ ଥିବା ତେବେ ନିଅନ୍ତୁ । ଏଭଳି କହି ନକଲି ସୁନା ବିକିବାକୁ ଚେଷ୍ଟା କରୁଥିବା ବେଳେ ତିନି ଜଣ ଠକ ଧରା ପଡିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ହେମସୁରପଡାର ଦଣ୍ଡି ବନ୍ଧ ନିକଟରେ ଥିବା କିଛି ଘରକୁ ପଶ୍ଚିମବଙ୍ଗର ତିନିଯୁବକ ଆସିଥିଲେ । ସେହି ଘର ଲୋକଙ୍କୁ ଏହି ତିନିଯୁବକ ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସେମାନେ ଏକ ୨୦୦ ଗ୍ରାମର ସୁନା ମୁଣ୍ଡା ପାଇଛନ୍ତି ଆଉ ତାକୁ ବିକିବାକୁ ଚାହୁଛନ୍ତି ବୋଲି କହିଥିଲେ । ଯଦି କିଣିବାକୁ ଚାହୁଁଛନ୍ତି ତେବେ ପରଖି ନିଅନ୍ତୁ ବୋଲି ମଧ୍ୟ କହିଥିଲେ । ତେବେ ଘର ଲୋକ ମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳକୁ ଯାଇ ତିନିଜଣ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି । ତେବେ ସୂଚନା ଅନୁସାରେ ସୁନା ପରଖିବାକୁ କହିବା ବେଳେ ସେମାନେ ଅସଲି ସୁନା ଦେଖାଇ ପରବର୍ତ୍ତୀ ସମୟରେ ସେହି ସୁନାକୁ ବଦଳାଇ ନକଲି ସୁନା ବଦଳରେ ଟଙ୍କା ନେଇ ଚମ୍ପଟ ମାରିଥାନ୍ତେ । ଏଭଳି ଠକଙ୍କ ହାବୁଡରେ ପୂର୍ବରୁ ଅନେକ ଲୋକ ପଡିବାର ନଜିର ମଧ୍ୟ ରହିଛି । Advertisement
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ତିନି ଲୁଟେରା ଗିରଫ ଅନୁଗୁଳ – ଅନୁଗୁଳ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୂର୍ବରୁ ଅନେକ ଲୁଟ , ଛିନତାଇ ମାମଲାରେ ଏହି ଲୁଟେରା ମାନେ…
ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି…
ମୋବାଇଲ ଚୋରକୁ ନିର୍ଘାତ ମାଡ ଅନୁଗୁଳ – ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି…