ଅପରାଧ ଚାନ୍ଦା ମାଗି ତିନି ଯୁବକ ଗିରଫ Angul OnlineMarch 21, 2022March 21, 2022 ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ ମାନେ ହେଲେ ଅନୁଗୁଳ ଜିଲ୍ଲା ଭୋଗବେରେଣି ଗ୍ରାମର କିରଣ ନାଏକ, ପ୍ରକାଶ ନାଏକ, ଏକାଦୁସିଆ ନାଏକ ବୋଲି ପୁଲିସ ପକ୍ଷରୁ ଜଣା ପଡିଛି । ସୂଚନା ଅନୁସାରେ ଭୋଗବେରେଣି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଏହି ତିନି ଯୁବକ ଯାଇ ଚାନ୍ଦା ମାଗିବା ସହିତ ମାଡପିଟ କରିଥିଲେ । ଏପରିକି ଦେଶୀ ମଦ ଭାଟିର ଜଣେ କର୍ମଚାରୀଙ୍କ ମୁଣ୍ଡ ଫଟେଇ ଦେଇଥିବା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ୩୪୧/୩୨୩/୨୯୪/୩୦୭/୩୮୭/୪୨୭/୫୦୬/୩୪ ଆଇପିସିରେ ଗିରଫ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । Advertisement
ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…
ଚୋରି ସନ୍ଦେହରେ ପିଟିପିଟି ମାରିଦେଇଥିଲେ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ସହର ରାଣୀଗୋଡା ପଡ଼ିଆରୁ ଗତ ୧୬ ତାରିଖ ରାତିରେ ସେହି ଗାଁର ବାପି ବିଶ୍ୱାଳ ( ଶିବା)କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା…