ଚାନ୍ଦା ମାଗି ତିନି ଯୁବକ ଗିରଫ

ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ ମାନେ ହେଲେ ଅନୁଗୁଳ ଜିଲ୍ଲା ଭୋଗବେରେଣି ଗ୍ରାମର କିରଣ ନାଏକ, ପ୍ରକାଶ ନାଏକ, ଏକାଦୁସିଆ ନାଏକ ବୋଲି ପୁଲିସ ପକ୍ଷରୁ ଜଣା ପଡିଛି । ସୂଚନା ଅନୁସାରେ ଭୋଗବେରେଣି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଏହି ତିନି ଯୁବକ ଯାଇ ଚାନ୍ଦା ମାଗିବା ସହିତ ମାଡପିଟ କରିଥିଲେ । ଏପରିକି ଦେଶୀ ମଦ ଭାଟିର ଜଣେ କର୍ମଚାରୀଙ୍କ ମୁଣ୍ଡ ଫଟେଇ ଦେଇଥିବା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ୩୪୧/୩୨୩/୨୯୪/୩୦୭/୩୮୭/୪୨୭/୫୦୬/୩୪ ଆଇପିସିରେ ଗିରଫ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page