ଆଞ୍ଚଳିକ ମୋଟରସାଇକେଲ ଉପରେ ପଡିଲା ଗଛ – ୩ ଗୁରୁତର Angul OnlineAugust 2, 2021August 2, 2021 ଛେଣ୍ଡିପଦା – ଅନୁଗୁଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମ୍ମୁଖରେ ଗଛ ଭାଙ୍ଗି ମୋଟରସାଇକେଲରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ଓ ପୁଅ କାହ୍ନା ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ସହ ପୁଅ କାହ୍ନାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ମୋଟରସାଇକେଲ ଯୋଗେ ଅନୁଗୁଳ ମେଡିକାଲକୁ ଯାଉଥିବା ସମୟରେ ରାସ୍ତାରେ ଗଛ ଭାଙ୍ଗି ସେମାନଙ୍କ ଉପରେ ପଡିଥିଲା । ଫଳରେ ୩ ଜଣ ଆହତ ହୋଇ ରାସ୍ତା ଉଆପରେ ପଡି ଯାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କର ଗୋଡ଼, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । Advertisement
ସ୍ୱାଧୀନତା ଦିବସରେ ସ୍ୱଚ୍ଛତାର ବାର୍ତା ଅନୁଗୁଳ – ଆଜି ସ୍ୱାଧୀନତା ଦିବସ ଅବସରରେ ସ୍ୱଚ୍ଛତାର ସଚେତନତାର ବାର୍ତା ଦେବାକୁ ଅଣ୍ଟା ଭିଡ଼ିଛି ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ।…
ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ନିମନ୍ତେ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର କରଡାବାହାଳି ଠାରେ ବୁଧବାର ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଅନୁଗୁଳ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ…
ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି? ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ…