ଅପରାଧ ଚୋରି ମୋଟରସାଇକେଲ ଉଦ୍ଧାର – ଦୁଇ ଗିରଫ Angul OnlineAugust 27, 2021August 27, 2021 ଅନୁଗୁଳ -(AO) ଅନୁଗୁଳ ଗୁରୁବାର ହାଟରୁ ଗତକାଲି ଏକ ମୋଟରସାଇକେଲ ଚୋରି ହୋଇଥିବା ବେଳେ ଆଜି ଅନୁଗୁଳ ପୁଲିସ ମୋଟରସାଇକେଲ ଚୋରକୁ ଧରିବା ସହ ଚୋରି ମୋଟରସାଇକେଲ ଉଦ୍ଧାର କରିଛି । ଏହା ସହ ଚୋରା ମୋଟରସାଇକେଲ କିଣିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ଅନୁଗୁଳ ଗୁରୁବାର ହାଟରୁ ଜଣେ ବ୍ୟକ୍ତିଙ୍କର ମୋଟରସାଇକେଲ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ସବ ଇନ୍ସପେକ୍ଟର ଅବଦୁଲ ୱାସୀମ ଖାନ ଘଟଣାର ତଦନ୍ତ କରି ବଲାସିଂହା ଗ୍ରାମର ଉପେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହି ମୋଟରସାଇକେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ । ଉପେନ୍ଦ୍ରଙ୍କୁ ପୁଲିସ ଆଣି ପଚରାଉଚରା କରିବା ବେଳେ ସେ ମୋଟରସାଇକେଲ ଚୋରି କରିଥିବା ମାନି ଯାଇଥିବା ବେଳେ ବନ୍ତଳା ବଜାରରେ ସ୍କ୍ରାପ ଦୋକାନ ଦେଇଥିବା ଦୁଷ୍ମନ୍ତ ସାହୁକୁ ମୋଟରସାଇକେଲ ବିକ୍ରି କରିଥିବା କହିଥିଲା । ପୁଲିସ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତର ଦୋକାନରେ ଚଢ଼ାଉ କରି ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହ ଗତ ଜୁଲାଇ ମାସ ୮ ତାରିଖରେ ଚୋରି ଅଭିଯୋଗ ହୋଇଥିବା ଆଉ ଏକ ମୋଟରସାଇକେଲର ସ୍ପେୟାର ପାର୍ଟସ ମଧ୍ୟ ଜବତ କରିଥିଲା । ଏହି ଘଟଣାରେ ପୁଲିସ ଦଫା ୩୭୯ ରେ ଚୋର ଉପେନ୍ଦ୍ର ଓ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଟଙ୍କା ଡବଲ ହେବ କହି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା – ପାଞ୍ଚ ସାଇବର ଠକଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ଆଜିର ସମୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସକୁ ନାକେଦମ କରୁଥିବା ସାଇବର ଠକ…
ବ୍ରାଉନସୁଗାର ଜବତ – ୩ ମହିଳା ସମେତ ୬ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ପଞ୍ଝାରେ ୬ ବ୍ରାଉନ ସୁଗାର ବେପାରୀ । ଶନିବାର ସାପ୍ତାହିକ ହାଟ ଭିତରେ ବ୍ରାଉନସୁଗାର ବିକ୍ରି ପାଇଁ ଗ୍ରାହକ…
ଧାରଣା ଦେଇଥିବା ବୋହୂକୁ ରାତିଅଧିଆ ନିର୍ଧୁମ ମାଡ଼ ଅନୁଗୁଳ – ସ୍ତ୍ରୀର ହକ ପାଇବାକୁ ସ୍ୱାମୀ ଘର ଆଗରେ ଧାରଣା ଦେଇଥିଲା । ହେଲେ ରାତିରେ ଏକୁଟିଆ ପାଇ ନିର୍ଧୁମ ଛେଚିଲେ ସ୍ୱାମୀ , ଶଶୁର…