ଅପରାଧ ଚୋରି ମୋଟରସାଇକେଲ ଉଦ୍ଧାର – ଦୁଇ ଗିରଫ Angul OnlineAugust 27, 2021August 27, 2021 ଅନୁଗୁଳ -(AO) ଅନୁଗୁଳ ଗୁରୁବାର ହାଟରୁ ଗତକାଲି ଏକ ମୋଟରସାଇକେଲ ଚୋରି ହୋଇଥିବା ବେଳେ ଆଜି ଅନୁଗୁଳ ପୁଲିସ ମୋଟରସାଇକେଲ ଚୋରକୁ ଧରିବା ସହ ଚୋରି ମୋଟରସାଇକେଲ ଉଦ୍ଧାର କରିଛି । ଏହା ସହ ଚୋରା ମୋଟରସାଇକେଲ କିଣିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ଅନୁଗୁଳ ଗୁରୁବାର ହାଟରୁ ଜଣେ ବ୍ୟକ୍ତିଙ୍କର ମୋଟରସାଇକେଲ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ସବ ଇନ୍ସପେକ୍ଟର ଅବଦୁଲ ୱାସୀମ ଖାନ ଘଟଣାର ତଦନ୍ତ କରି ବଲାସିଂହା ଗ୍ରାମର ଉପେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହି ମୋଟରସାଇକେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ । ଉପେନ୍ଦ୍ରଙ୍କୁ ପୁଲିସ ଆଣି ପଚରାଉଚରା କରିବା ବେଳେ ସେ ମୋଟରସାଇକେଲ ଚୋରି କରିଥିବା ମାନି ଯାଇଥିବା ବେଳେ ବନ୍ତଳା ବଜାରରେ ସ୍କ୍ରାପ ଦୋକାନ ଦେଇଥିବା ଦୁଷ୍ମନ୍ତ ସାହୁକୁ ମୋଟରସାଇକେଲ ବିକ୍ରି କରିଥିବା କହିଥିଲା । ପୁଲିସ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତର ଦୋକାନରେ ଚଢ଼ାଉ କରି ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହ ଗତ ଜୁଲାଇ ମାସ ୮ ତାରିଖରେ ଚୋରି ଅଭିଯୋଗ ହୋଇଥିବା ଆଉ ଏକ ମୋଟରସାଇକେଲର ସ୍ପେୟାର ପାର୍ଟସ ମଧ୍ୟ ଜବତ କରିଥିଲା । ଏହି ଘଟଣାରେ ପୁଲିସ ଦଫା ୩୭୯ ରେ ଚୋର ଉପେନ୍ଦ୍ର ଓ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଚାକିରି ନାଁରେ ଠକେଇ ମାମଲା – ମାଷ୍ଟରମାଇଣ୍ଡ ବାପ ସହ ପୁଅ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଚାଇଁପାଳ ଗାଁର ପରମାନନ୍ଦ ବେହେରା…
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…
ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ – ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ଏହି ଘଟଣାରେ ପୁଲିସ…