ମୁଖ୍ୟ ଖବର ୨ ଜଣଙ୍କୁ କଚାଡି ମାରିଲା ହାତୀ Angul OnlineMay 6, 2021May 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ତଳଗଡ଼ ଗାଁର ମମତା ସେଠି । ମମତା ଭୋର ବେଳେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେ ସେଠାରେ ଆମ୍ବ ଗୋଟାଉଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଗୋଡ଼ରେ ଦଳି ଦେବା ସହ ଶୁଣ୍ଢରେ ଫୋପାଡ଼ି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମମତାଙ୍କ ମୃତ୍ୟୁ ହୋଇଥିଲା । .ସେହିପରେ ଆଠମଲ୍ଲିକ ଉପଖଣ୍ଡ ବାମୁର ରେଞ୍ଜର ହିମାମୁରା ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମହୁଳମାଳ ଗ୍ରାମର ଧନେଶ୍ୱର ଦେହୁରୀ ଆଜି ୯ ଟା ବେଳକୁ କେନ୍ଦୁପତ୍ର ସଂଗ୍ରହ କରି ଘରକୁ ଫେରିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । Advertisement
ଭିଜିଲାନ୍ସ କବଜାରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର RWSS ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…
ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…