ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଦୁଇ ମୃତ Angul OnlineAugust 6, 2021August 6, 2021 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ ଗ୍ରାମର ଶୁଭମ୍ ରାଉତ ବୟସ ଏବଂ ପିପୁନ୍ ସାମଲ ବୟସ ବୋଲି ଜଣା ପଡିଛି । ଉଭୟ କୌଣସି କାମରେ କେନ୍ଦୁଝର ଯାଇ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଶୁଭମ୍ ଓ ପିପୂନ୍ ଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ (ଓଡ଼ି ୩୫ ଡି ୫୧୧୯) କୁ ଜବତ କରିବା ସହ ଉଭୟ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅପର ପକ୍ଷରେ ଶୁଭମ୍ ଓ ପିପୁନଙ୍କ ମୃତ୍ୟୁରେ ଚାଳଗଡ ଗ୍ରାମରେ ଶୋକ ଖେଳି ଯାଇଛି । Advertisement
ଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଉପଜିଲ୍ଲାପାଳ ଅନୁଗୋଳ – ଆଜି ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଅନୁଗୋଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ – ୫୫ର ସମ୍ପ୍ରସାରଣ , ଓଭର ବ୍ରିଜ୍…
ବୁଢୀ ଠାକୁରାଣୀ ଛକରେ ଟ୍ରକ ଧକ୍କାରେ ଜଣେ ମୃତ – ଜାଳିଦେଲେ ଟ୍ରକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ଜୀବନ ଯାଇଛି ।ଅନୁଗୁଳ ସହରର ଅନୁଗୁଳ ହାଇସ୍କୁଲ…
ଛକରେ ଭୁଜାଲିରେ ହାଣି ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ପୂର୍ବ ଶତ୍ରୁତାରୁ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା । ଅନୁଗୁଳ ଅତିରିକ୍ତ…