ଆଞ୍ଚଳିକ ଅଚିହ୍ନା ମୃତଦେହ ଉଦ୍ଧାର Angul OnlineMay 26, 2021May 26, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି ପାରି ନାହିଁ । ସୂଚନା ଅନୁସାରେ ଗତ ୨୩ ତାରିଖ ଏହି ବୃଦ୍ଧ ଜଣଙ୍କ ବୀରବରପଲ୍ଲୀ ନିକଟରେ ହୋଇଥିବା ଅସ୍ଥାୟୀ କୋଭିଡ ସେଣ୍ଟର ନିକଟରେ ପଡିଥିଲେ । ଏ ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କୋଭିଡ୍ ଟେଷ୍ଟରେ ତାଙ୍କର ନେଗେଟିଭ ରିପୋର୍ଟ ଜଣାପଡିଛି । ମୃତ ବ୍ୟକ୍ତିଙ୍କର ଆନୁମାନିକ ବୟସ ୬୫ ବର୍ଷ , ପତଳା ଶରୀର ଓ ଦାଢ଼ି ଥିବାବେଳେ ସେ ଏକ ଧଳା ଗଞ୍ଜି ଓ ବାଇଗଣି ରଙ୍ଗର ଲୁଙ୍ଗି ପରିଧାନ କରିଛନ୍ତି । Advertisement
ଜାତୀୟ ରାଜପଥ ୫୫ କାଦୁଅ ପଚପଚ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ…
ଲାବୋରେଟାରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ ଅନୁଗୁଳ – ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି । କ୍ୟାଡର ରୁଲ୍ ରେ ପରିବର୍ତ୍ତନ,…
ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଜଣେ ସାଇକେଲ ଚାଳକ ଅଜଣା ଗାଡି ଧକ୍କାରେ ମୃତ ଘଟିଛି । ସୂଚନା ଅନୁସାରେ…