ସମସ୍ୟା ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ Angul OnlineFebruary 26, 2023February 26, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର ଧାନ ଗଛ ନଷ୍ଟ ହେବାରେ ଲାଗିଛି । ଏ ନେଇ ସ୍ଥାନୀୟ ଇଂ . ପ୍ରିୟଦର୍ଶନୀ ସ୍ଵାଇଁ ମୁଖ୍ୟମନ୍ତ୍ରୀ , କୃଷିମନ୍ତ୍ରୀ ଓ କୃଷି ସଚିବଙ୍କୁ ଟୁଇଟ୍ କରି ଜଣାଇବା ପରେ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରି ପଦକ୍ଷେପ ନେବାକୁ କୃଷି ସଚିବ ଡ . ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।କିଶୋରନଗର ବ୍ଲକ କୃଷି ଅଧିକାରୀ ଏବଂ ଆଠମଲ୍ଲିକ କୃଷି ଅଧିକାରୀ ଚଣ୍ଡୀ ପ୍ରସାଦ ମହାଳିକ ଆଜି ଉକ୍ତ ଗ୍ରାମକୁ ଯାଇ ରୋଗ ପୋକ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗ୍ରାମର ପ୍ରାୟ ୧୫ ଏକର ଚାଷ ଜମିରେ ଖରାଟିଆ ଧାନଚାଷ ହୋଇଛି । କୀଟନାଶକ ଓଭର୍ଡୋଜ୍ ଯୋଗୁଁ ପ୍ରାୟ ୨ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏହାଛଡ଼ା ହଠାତ୍ ଖରା ବୃଦ୍ଧି ପାଇଥିବାରୁ ଆଉ କିଛି ଚାଷଜମିରେ ଧାନଗଛ କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ରିହାତି ଦରରେ ସାର , ଔଷଧ ଆଦି ଯୋଗାଇବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଏଥିସହ ଖୁବ୍ଶୀଘ୍ର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କୃଷି ଅଧିକାରୀ ପମିଲ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । Advertisement
ବୁଧବାର ଅନୁଗୁଳ ବନ୍ଦ ଅନୁଗୁଳ – ଆସନ୍ତା ୭ ତାରିଖ (ବୁଧବାର) ଅନୁଗୁଳ ବନ୍ଦ । ଅନୁଗୁଳ ଜିଲ୍ଲା ବିଜେଡି ପକ୍ଷରୁ ଟିଟିପିଏସ ବନ୍ଦ ପ୍ରତିବାଦରେ ବୁଧବାର ଦିନ ୧୨ ଘଣ୍ଟିଆ…
ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖା ଗଲାଣି । ପିଇବା ପାଣି ଟିକିଏ…
ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି ଅନୁଗୋଳ – ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି…