ମୁଖ୍ୟ ଖବର ଦୁର୍ବୃତ୍ତଙ୍କ ଆତଙ୍କରାଜ – ସଂଖ୍ୟାଧିକ ଗାଡିର କାଚ ସହ ଅଫିସ ଭଙ୍ଗାରୁଜା Angul OnlineNovember 12, 2024November 12, 2024 ତାଳଚେର – ହାତରେ ମାରଣାସ୍ତ୍ର ଧରି ଧସେଇ ପଶିଲେ । ଗାଡି ସମେତ ଅଫିସ ଭିତରେ ପଶି ଆସବାଵ ପତ୍ର ଭାଙ୍ଗିଲେ । ଆଉ ଯାହାକୁ ଦେଖିଲେ ତାକୁ ଜୀବନରେ ମାରି ଦେବାକୁ ଧମକ ଦେଇ ପ୍ରାୟ ଅଧାଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆତଙ୍କରାଜ ଚଳାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିରେ । ସୂଚନା ଅନୁସାରେ ଆଜି ଲିଙ୍ଗରାଜ କୋଇଲା ଖଣିରେ ସବୁଦିନ ଭଳି KTL ଓ JARL ନାମକ ଦୁଇଟି କମ୍ପାନୀର କୋଇଲା ଗାଡି ଚାଲୁଥିଲା । ତେବେ ସନ୍ଧ୍ୟା ପ୍ରାୟ ୫.୩୦ ବେଳେ ଖଣି ଭିତରେ ଧସେଇ ପଶିଥିଲେ ୫୦ ରୁ ୬୦ ଯୁବକ । ଯାହାର ନେତୃତ୍ୱ ନେଉଥିଲେ ଲାଙ୍ଗିଯୋଡ଼ା ଗାଁର ତାପସ ସାହୁ ବାଲୁଗାଁର ଜିତେନ୍ଦ୍ର ସେଠି । ହାତରେ କାହାର ଭୁଜାଲି ଥିଲା ତ କାହା ହାତରେ ହକି ଷ୍ଟିକ ଆଉ କିଏ ଠେଙ୍ଗା ଧରି ଆରମ୍ଭ କରି ଦେଇଥିଲେ ଆତଙ୍କରାଜ । ଖଣିରେ ନିୟୋଜିତ ଥିବା କୋଇଲା ଟ୍ରକ ଏବଂ ବୋଲେରୋ ଗାଡିର ଗୋଟିଏ ପରେ ଗୋଟିଏ କାଚକୁ ଭାଙ୍ଗିଲେ କିଛି ଦୁର୍ବୃତ୍ତ । ୧୫ରୁ ଉର୍ଦ୍ଧ୍ବ ଗାଡି ଭାଙ୍ଗିବା ସହ ଲିଙ୍ଗରାଜ ଟାଇମ ଅଫିସ ଭିତରେ ପଶି ସମସ୍ତ ଆସବାବ ପତ୍ରକୁ ଭାଙ୍ଗି ରୁଜି ଦେଇଥିଲେ । ଭୟରେ ଗାଡି ଡ୍ରାଇଭର ଓ ଅନ୍ୟ ଖଣି କର୍ମଚାରୀମାନେ ଲୁଚି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ଧରି ତାଳଚେର ପୁଲିସ ପହଞ୍ଚିଥିଲା । ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ କେଉଁ କାରଣରୁ ଓ କାହିଁକି ଭଙ୍ଗା ରୁଜା ହେଲା ଏହାର କାରଣ ଅସ୍ପଷ୍ଟ ରହିଛି । ସେପଟେ ଖଣି ସୁରକ୍ଷାକର୍ମୀ , JARL କମ୍ପାନୀ ଓ KTL କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତ ମାନଙ୍କୁ ଖୋଜୁଥିବା ଜଣା ପଡ଼ିଛି । Advertisement
ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ଗୋଡ଼ାଇ ମାରିଲା ହାତୀ ୩୦ ରୁ ଅଧିକ ହାତୀ ଗତ ଦୁଇ ମାସ ହେଲା ଅନୁଗୁଳ ସହର ଉପଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ । ସେଥିରୁ ଗୋଠଛଡ଼ା…
ଅଶ୍ବିନୀ ପାଇବେ ରାଜ୍ଯପାଳ ପଦକ ଅନୁଗୁଳ – ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା…
ଚତୁର୍ଥୀ ଦିନ ପୁରୁଣା ପ୍ରେମିକ ସହିତ ବିବାହ ପାଇଁ ଜିଦ ଧରିଲେ ନୁଆଁ ବୋହୁ – ହଟହଟା ହେଲେ ଦୁଇ ପରିବାର ତାଳଚେର – ରୋଷଣୀ କରି ବରଯାତ୍ରୀ ଧରି ମନ୍ଦିରରେ ହେଲା ବିବାହ । ହେଲେ ଶାଶୁ ଘରକୁ ନ ଯାଇ ଥାନା କୁ ଗଲେ ନୂଆଁ ବୋହୂ…