ମୁଖ୍ୟ ଖବର ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା Angul OnlineNovember 4, 2022November 4, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । କୋଇଲା ଗାଡି ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହୋଇ ଗଲାଣି । ଅନେକ ସମୟରେ ଦୁର୍ଘଟଣା ଘଟୁଛି । କୋଶଳା ଗ୍ରାମ ପାଞ୍ଚୟତ ଦେଇ ୬୩ ନମ୍ବର ରାଜ୍ୟ ରାଜପଥ ଗମନାଗମନର ମୁଖ୍ୟ ମାଧ୍ୟମ ହୋଇ ରହିଛି । ଏହି ରାଜପଥ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚି ସାରିଲାଣି । ଜନସାଧାରଣ ଭୋଗୁଥିବାଏହି ଅସୁବିଧା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ କୋଶଳା ଗ୍ରାମ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ଦ୍ବାରା ୨୬.୦୯.୨୦୨୨ ତାରିଖରେ ଅବଗତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନର ପ୍ରତିଶୃତିର ଅଣଦେଖା କରିଥିବା କୋଶଳା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପାଇଁ କୋଶଳା ଗ୍ରାମର ଜନସାଧାରଣ , ସ୍କୁଲ ଛାତ୍ରଛାତ୍ରୀ , ଯାତାୟତ କରୁଥିବା ପଥଚାରୀଙ୍କ ଜନଜୀବନ ସୁରକ୍ଷା ଦୃଷ୍ଟିରୁ କୋଶଳା ଗ୍ରାମ ପାଞ୍ଚୟତରେ ଥିବା ସମସ୍ତ ଯୁବସମାଜ , କ୍ଲବ , ସଂଘଙ୍କୁ ନେଇ ଏକ ସଚେତନ ଯୁବ କ୍ରିୟାନୁଷ୍ଠାନ କମିଟି ପୁଣି ଏକ ବିଶାଳ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଅଛି । ଏବଂ ୦୫ ତାରିଖ ( ଶନିବାର ) ଠାରୁ କୋଶଳା ଦେଇ ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ଉପରେ କୋଇଲା ବୋଝେଇ ଭାରିଯାନ ଚଳାଚଳକୁ ସମ୍ପୂର୍ଣ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । Advertisement
ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ କାର ଓ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ…
ବଦଳିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ନିରଞ୍ଜନ ସାହୁଙ୍କର ପୁଣି ଥରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଛି…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…