ସମସ୍ୟା କରୋନା ଟିକା ପାଇଁ ଭରଚୁଆଲ ମାଧ୍ୟମରେ ଖୋଲା ମତ କାର୍ଯ୍ୟକ୍ରମ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ବୋଲ ମାନୁନି । ଜିଲ୍ଲାରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୬୪୪ ରେ ପହଞ୍ଚିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୧୯ ଜଣ ମୃତ୍ୟୁ ମୁଖରେ ପଡିଲେଣି । ଏହାକୁ ଆଖି ଆଗରେ ରଖି ଯେଉଁ ଅନୁପାତରେ ଜିଲ୍ଲାରେ ଟିକାକରଣ ହେବା କଥା ତାହା ହେଉ ନାହିଁ । ମୁଖ୍ୟତଃ ଆଜିଯାଏ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆ ଯାଇ ନାହିଁ । ଅନ୍ୟ ଜିଲ୍ଲାରେ ଟୀକାକରଣ ତ୍ୱରିତ ବେଗରେ ହେଉଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ବହୁ ପଛରେ ଅଛି । ଯାହାକି ଜିଲ୍ଲାବାସୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏହାର ପ୍ରତିବାଦରେ ଅନୁଗୁଳ ଜିଲ୍ଲାର ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଆଜି ଭରଚୁଆଲ ମାଧ୍ୟମରେ “ଟିକା ଦେ ସରକାର” ପ୍ରସଙ୍ଗରେ ଏକ ଖୋଲା ମତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ଦଳ ମତ ନିର୍ବିଶେଷରେ ଅନେକ ବ୍ୟକ୍ତି , ଛାତ୍ର , ସାମ୍ବାଦିକ , ବୁଦ୍ଧିଜୀବୀ ଭାଗ ନେଇ ଏହି ସମସ୍ୟା ଉପରେ ନିଜ ନିଜର ମତ ଦେଇଥିଲେ । ଅନୁଗୁଳ ସାମୁହିକ ସ୍ୱାର୍ଥ ନିମନ୍ତେ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହଁ ,ବରଂ ସାମୁହିକ କାର୍ଯ୍ୟକ୍ରମ ଜୁମ ବୈଠକ ମାଧ୍ୟମରେ ଏକ ଭରଚୁଆଲରେ ଆଗାମୀ ଦିନରେ ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହମତି କ୍ରମେ ଏକ କୋର କମିଟି ଗଠନ କରାହେବ ବୋଲି ପ୍ରସ୍ତାବ ଗୃହିତ ହେଲା । ଏହି ଭରଚୁଆଲ ବୈଠକରେ ଶତାଧିକ ଅନୁଗୁଳ ବାସି ସାମିଲ ହୋଇ ନିଜର ମୂଲ୍ୟବାନ ମତା ମତ ଦେଇଥିଲେ । Advertisement
ରାଜପଥ ତାତି – ୬ ଘଣ୍ଟିଆ ରାଜପଥ ଅବରୋଧ ଅନୁଗୁଳ – ଅନଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୫୫ର ଶୋଚନୀୟ ଅବସ୍ଥାକୁ ନେଇ ଅନୁଗୁଳ ଜିଲ୍ଲାରେ ରବିବାର ଅନୁଗୁଳ ରାଜପଥ ଅବରୋଧ କରାଯାଇଛି…
କେବେ ସରିବ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ? ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର ଭୁବନେଶ୍ବର – କଟକ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ କଟକ, ଢ଼େଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁର ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ…
ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବି ଅନୁଗୁଳ – ଏସୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବିରେ ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି । କରୋନା ସଂକ୍ରମଣ କମିବା…