ସମସ୍ୟା କରୋନା ଟିକା ପାଇଁ ଭରଚୁଆଲ ମାଧ୍ୟମରେ ଖୋଲା ମତ କାର୍ଯ୍ୟକ୍ରମ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ବୋଲ ମାନୁନି । ଜିଲ୍ଲାରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୬୪୪ ରେ ପହଞ୍ଚିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୧୯ ଜଣ ମୃତ୍ୟୁ ମୁଖରେ ପଡିଲେଣି । ଏହାକୁ ଆଖି ଆଗରେ ରଖି ଯେଉଁ ଅନୁପାତରେ ଜିଲ୍ଲାରେ ଟିକାକରଣ ହେବା କଥା ତାହା ହେଉ ନାହିଁ । ମୁଖ୍ୟତଃ ଆଜିଯାଏ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆ ଯାଇ ନାହିଁ । ଅନ୍ୟ ଜିଲ୍ଲାରେ ଟୀକାକରଣ ତ୍ୱରିତ ବେଗରେ ହେଉଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ବହୁ ପଛରେ ଅଛି । ଯାହାକି ଜିଲ୍ଲାବାସୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏହାର ପ୍ରତିବାଦରେ ଅନୁଗୁଳ ଜିଲ୍ଲାର ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଆଜି ଭରଚୁଆଲ ମାଧ୍ୟମରେ “ଟିକା ଦେ ସରକାର” ପ୍ରସଙ୍ଗରେ ଏକ ଖୋଲା ମତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ଦଳ ମତ ନିର୍ବିଶେଷରେ ଅନେକ ବ୍ୟକ୍ତି , ଛାତ୍ର , ସାମ୍ବାଦିକ , ବୁଦ୍ଧିଜୀବୀ ଭାଗ ନେଇ ଏହି ସମସ୍ୟା ଉପରେ ନିଜ ନିଜର ମତ ଦେଇଥିଲେ । ଅନୁଗୁଳ ସାମୁହିକ ସ୍ୱାର୍ଥ ନିମନ୍ତେ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହଁ ,ବରଂ ସାମୁହିକ କାର୍ଯ୍ୟକ୍ରମ ଜୁମ ବୈଠକ ମାଧ୍ୟମରେ ଏକ ଭରଚୁଆଲରେ ଆଗାମୀ ଦିନରେ ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହମତି କ୍ରମେ ଏକ କୋର କମିଟି ଗଠନ କରାହେବ ବୋଲି ପ୍ରସ୍ତାବ ଗୃହିତ ହେଲା । ଏହି ଭରଚୁଆଲ ବୈଠକରେ ଶତାଧିକ ଅନୁଗୁଳ ବାସି ସାମିଲ ହୋଇ ନିଜର ମୂଲ୍ୟବାନ ମତା ମତ ଦେଇଥିଲେ । Advertisement
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ – ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଅନୁଗୋଳ – ଅନୁଗୋଳ ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ଅଂଚଳ 45ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ଯୋଗୁଁ…
ଡେଙ୍ଗୁ ଆତଙ୍କ – ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଅନୁରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥପୁର ପଞ୍ଚାୟତ ଅଧୀନସ୍ଥ ଏଫସିଆଇ ମୁଣ୍ଡା ହଟିଙ୍ଗରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆତଙ୍କ ଖେଳି…
ଉନ୍ନୟନ କାମ ଠପ ହୋଇଥିବା ଅଭିଯୋଗ କଲେ ଜନ ପ୍ରତିନିଧି ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟ ପଡ଼ି ରହିଛି। କାର୍ଯ୍ୟର ଅଗ୍ରଗତି କିଛି ହୋଇ ପାରୁ ନାହିଁ।…