ଆଞ୍ଚଳିକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର Angul OnlineAugust 12, 2022August 12, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବନ ବିଭାଗ ଦ୍ଵାରା ୭ ଟି ବାରହା ଉଦ୍ଧାର କରା ଯାଇଛି । ତାଳଚେର ବ୍ଲକ ବିରବରପୁର ଅଞ୍ଚଳରେ କିଛିଦିନ ପୂର୍ବେ ତାଳଚେର ପ୍ରଶାସନ ତରଫରୁ ସରକାରୀ ଜମି ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ସେହି ଜବର ଦଖଲ ମଧ୍ୟରେ ବିରାଟ ଅଟ୍ଟାଳିକା ଭଙ୍ଗାଯିବା ପରେ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ରହିଯାଇଥିଲା । ସେହି ପାଇଖାନା ଟାଙ୍କିରୁ ମଇଳା ଖାଇବାକୁ ଯାଇ ୭ ଟି ଉର୍ଦ୍ଧ ବାରହା ଓ ବାରାହ ଶାବକ ବାହାରକୁ ବାହାରି ନପାରି ଫସି ରହିଥିଲେ । ଏ ଖବର ତାଳଚେର ବନପାଳ ଶ୍ରୀମତୀ ସୁକାନ୍ତି ଦେଇ କୌଣସି ସୁତ୍ରରୁ ଖବର ପାଇ ନିଜର ବନ କର୍ମଚାରୀ ଓ ପିଏଫଏ ଯବାନଙ୍କ ସହାୟତାରେ ସମସ୍ତ ବାରହା ଓ ଶାବକ ମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ରାଣିପାର୍କ ଜଙ୍ଗଲରେ ଛାଡି ଦେଇଥିଲେ । Advertisement
ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ – ଆତଙ୍କିତ ସ୍ଥାନୀୟ ଲୋକେ ଛେଣ୍ଡିପଦା – ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଗତ ଦୁଇ ଦିନ ହେଲା ଛେଣ୍ଡିପଦା ବନାଞ୍ଚଳ…
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
ନର୍ସିଂହୋମ ନାମରେ ସାଙ୍ଘାତିକ ଅଭିଯୋଗ – ଦୁଇ ଶିଶୁଙ୍କୁ ମାରି ଦେଇଥିବା ଅଭିଯୋଗ କଲେ ଦମ୍ପତ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ମୟୁରକାଛେଣି ଗ୍ରାମର ଜିତେନ୍ କୁମାର ନାୟକ ଅନୁଗୁଳ ସଦର ଥାନାରେ ଏକ ନର୍ସିଂହୋମ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ…