ଅପରାଧମୁଖ୍ୟ ଖବର ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ Angul OnlineJune 18, 2023June 18, 2023 ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା ରାଜ୍ୟ ରାଜପଥରେ ବନ୍ତଳା ପଟରୁ ଏକ କାର ଦ୍ରୁତ ଗତିରେ କଟକ ଆଡକୁ ଯାଉଥିଲା । ମହିଧରପୁର ଗାଁ ନିକଟରେ ଜଣେ ମହିଳା ରାସ୍ତା ପାର ହେଉଥିବା ବେଳେ ଉକ୍ତ କାରଟି ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସେହି ଗାଁର ସୁଷମା ପ୍ରଧାନ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ଦେଖାଦେଇ ଥିଲା । ଉତ୍ତ୍ୟକ୍ତ ଲୋକ କାରରେ ଥିବା ଦୁଇ ଜଣଙ୍କୁ ଅଟକ ରଖି ମାଡ଼ ପିଟ କରିଥିଲେ । ସେତିକି ବେଳେ କାରରେ ବିପୁଳ ପରିମାଣର ଗଞ୍ଜେଇ ଠାବ କରା ଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାର ସହ ଗଞ୍ଜେଇ , ଚାଳକ ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଗାଁରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ଫଳରେ ଉଭୟ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି । Advertisement
ପଞ୍ଜାବରୁ ଆସି କରୁଥିଲେ ଅପରାଧ – ମାରଣାସ୍ତ୍ର ସହ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ପୁଲିସ କବଜାରେ ପଞ୍ଜାବର ଦୁଇ ଅପରାଧୀ । ଯେଉଁମାନେ ଅନୁଗୁଳ ଜିଲାରେ ରହି ବିଭିନ୍ନ ପ୍ରକାର ଅପରାଧ ଘଟାଉ ଥିବା…
କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ପୁଲିସ ଗୁରୁବାର କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ…
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…