ଅପରାଧ ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ Angul OnlineSeptember 2, 2021September 2, 2021 ଅନୁଗୁଳ – ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି । ତେବେ ପୂର୍ବରୁ ଜିଲ୍ଲାର ସଦର ମହକୁମାର ଦୁଇଟି ବଡ ବଡ ବ୍ଯାଙ୍କ ଲୁଟ ଓ ଗତ ବର୍ଷ ଦୁଇଟି ଏଟିଏମ ଲୁଟ ହୋଇଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ପୁଣି ଏଟିଏମ ଲୁଟେରାଙ୍କ ଏଭଳି ଉଦ୍ୟମ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଅନୁଗୁଳ ସହରର ଅମଲାପଡ଼ା ସ୍ଥିତ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କ୍ ର ଏଟିଏମ୍ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଡି ଲୁଟ କରିବାକୁ ଉଦ୍ୟମ କରିଥିଲେ । ତେବେ କ୍ୟାସ୍ ଟ୍ରେ ନ କାଟି ପାରି ଟଙ୍କା ଲୁଟିବାରେ ବିଫଳ ହୋଇଥିଲେ । ବିଳମ୍ବିତ ରାତିରେ ଏହି ଲୁଟ ହୋଇଥିବା ଜଣା ପଡିଥିବା ବେଳେ ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ପୁଲିସ ସିସି ଟିଭି ଆଧାରରେ ତଦନ୍ତ କରୁଛି । Advertisement
ଟ୍ରେନରେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲା ରେଲୱେ ପୁଲିସ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରେ ଆଜି (ସୋମବାର) ଦିନ ପ୍ରାୟ ଦଶଟା ବେଳେ ଭୁବନେଶ୍ୱରରୁ ଲୋକମାନ୍ୟତିଳକ ଯାଉଥିବା ଟ୍ରେନରୁ ଅନୁଗୁଳ ରେଲୱେ ପୁଲିସ ତିନୋଟି…
ନିର୍ବାହୀ ଅଧିକାରୀଙ୍କ ସମ୍ପର୍କରେ ଅଶ୍ଳୀଳ ପୋଷ୍ଟର ବାଣ୍ଟି ବନ୍ଧା ହେଲେ ପୌର କର୍ମଚାରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ନିର୍ବାହୀ ଅଧିକାରିଣୀଙ୍କ ସମ୍ପର୍କରେ ଅଶ୍ଳୀଳ ପ୍ରଚାରପତ୍ର ବାଣ୍ଟିବା ଅଭିଯୋଗରେ ପୁଲିସ ପୌରପାଳିକାର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରି…
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୬୫ ବର୍ଷର ବୃଦ୍ଧ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅଞ୍ଚଳରେ ଜୈନେକ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ୬୫ ବର୍ଷର ବୃଦ୍ଧଙ୍କୁ ଛେଣ୍ଡିପଦା ପୁଲିସ…