ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳା ମୃତ Angul OnlineMay 1, 2023May 1, 2023 ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଉର୍ମିଳା ରାଉତ । ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ଅନୁଗୋଳ ସହର କଲେଜପଡ଼ାରେ ଘରଭଡା ନେଇ ରହୁଥିଲେ । ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଗଣେଶଙ୍କ ଏକ ଭୋଗ ଦୋକାନ ରହିଛି । ସେ ସକାଳେ ଦୋକନକୁ ଆସୁଥିବା ବେଳେ ଏକ ଟ୍ରକ ତାଂକୁ ଧକ୍କା ଦେଇଥିଲା ।ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ବହୁ ସମୟ ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ , ଆଜି ସକାଳେ ଉଭୟ ପତି – ପତ୍ନୀ ମୋଟରସାଇକେଲ ଯୋଗେ ଦୋକାନ ଖୋଲିବାକୁ ଯାଉଥିଲେ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ଭାରସାମ୍ୟ ହରାଇ ଉର୍ମିଳା ବାଇକରୁ ଖସି ପଡ଼ିଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । Advertisement
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…
ଅସହାୟ ବୃଦ୍ଧାଙ୍କୁ ମିଳିଲାନି ଚାରି କାନ୍ଧ – ଟ୍ରଲିରେ ବୋହି ସତ୍କାର କଲେ ସରପଞ୍ଚ ପାଲଲହଡା- ହଜିଗଲା ମାନବିକତା, ମିଳିଲାନି ଚାରି କାନ୍ଧ I ବାଧ୍ଯ ହୋଇ ସରପଞ୍ଚ ଟ୍ରଲିରେ ବୋହି ନେଇ ଅସହାୟ ବୃଦ୍ଧାଙ୍କ ଶବକୁ ସତ୍କାର କରିଥିଲେ I ଏମିତି…
ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଇଡକୋ ଡିଭିଜିନାଲ ହେଡ ପବିତ୍ର ମୋହନ ନାୟକଙ୍କୁ ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ ହୋଇଛି। ଜୋରିମନା…