ମୁଖ୍ୟ ଖବର ଡାକବଙ୍ଗଳାରୁ କଟା ଶାଗୁଆନ ଗଛ ପୌରପାଳିକା କ୍ୱାଟରରୁ ଜବତ Angul OnlineJuly 15, 2021July 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଏ ସବୁ ଗଛ କଟା ଯାଇ ଚୋରୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଳଚେର ବନବିଭାଗର ବନ ବିଭାଗ ଅଧିକାରୀ ତ୍ରିଲୋଚନ ବେହେରାଙ୍କୁ ଜଣାଇ ଥିଲେ । ଶ୍ରୀ ବେହେରା ବନ କର୍ମଚାରୀଙ୍କ ସହିତ ଗଛ କଟା ଯାଇଥିବା ଡାକବଙ୍ଗଳାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ ଅଧିକ ତଦନ୍ତ କରିବା ପରେ ତାଳଚେର ପୌରପାଳିକାର କିଛି କର୍ମଚାରୀ ଏହି ସବୁ ଶାଗୁଆନ ଗଛ କାଟିବା ସହିତ ସେହି କାଠ ସବୁକୁ ନେଇ ପୌରପାଳିକା ଅଧୀନ ଏକ କଲୋନୀର କ୍ୱାଟରରେ ଭର୍ତ୍ତି କରି ରଖିଥିବା ଜାଣିବାକୁ ପାଇଥିଲେ । ଆଉ ଏ ଘଟଣା ନେଇ ଶ୍ରୀ ବେହେରା ତାଳଚେର ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ସେହି କ୍ୱାଟରରୁ କଟା ହୋଇଥିବା ଶାଗୁଆନ ଗଛ ସବୁକୁ ଜବତ କରି ନିଜ ହେପାଜତକୁ ନେଇଥିଲେ । ତେବେ ଏ ନେଇ ବନ ଅଧିକାରୀ ତ୍ରିଲୋଚନ ବେହରାଙ୍କ କହିବା କଥା ଉକ୍ତ ଶାଗୁଆନ ଗଛକୁ ବେଆଇନ ଭାବେ କଟାଯାଇଛି । ଏହି ଗଛ କାଟିବା ପାଇଁ କୌଣସି ଅନୁମତି ନିଆ ଯାଇ ନାହିଁ । Advertisement
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…
ପୁଲିସର ବର୍ବରତା ଅଭିଯୋଗ – ଥାନାରେ ମାମଲା ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନାରେ ଥାନା ପୁଲିସର ବର୍ବରତା ଓ ଥାର୍ଡ ଡିଗ୍ରି ଘଟଣାରେ ଏସ୍ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ…
ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର – ଗ୍ରାମବାସୀ ହେଲେ ଆଶ୍ବସ୍ତ ଅନୁଗୋଳ – ଗତ ଏକ ବର୍ଷ ହେବ, ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗ୍ରାମ ପୋଖରୀରେ ରହିଥିବା ଏକ କୁମ୍ଭୀରକୁ ଶେଷରେ ବନବିଭାଗ ଧରିବାରେ…