ଅପରାଧ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ Angul OnlineNovember 18, 2022November 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା ଯୁବକ । ଆଉ ଏହି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ କଣିହାଁ ଥାନା କଣ୍ଟାପାଳ ଗାଁର ୨୩ ବର୍ଷୀୟ ଦିନେଶ କୁମାର ଦାସ ଅନୁଗୁଳରେ ରହି କମ୍ପୁଟର କୋଚିଂ ନେଉଥିଲେ । ସେ ଯେଉଁ ଅନୁଷ୍ଠାନରେ କୋଚିଂ ନେଉଥିଲେ ସେଠାରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀ ମଧ୍ୟ କୋଚିଂ ନେଉଥିଲେ । ଉକ୍ତ ଯୁବତୀଙ୍କୁ ଦିନେଶ ପ୍ରେମ ନିବେଦନ କରିଥଲା । ଯୁବତୀ ଜଣଙ୍କ ଏଥିରେ ଅମଙ୍ଗ ହେବା ପରେ ଦିନେଶ ଯୁବତୀଙ୍କ ସହ ବନ୍ଧୁତ୍ୱ ବଢାଇବାକୁ ଚେଷ୍ଟା କରିଥିଲା । ଆଉ ପରେ ଏଥିରେ ସଫଳ ମଧ୍ୟ ହୋଇଥିଲା । ବନ୍ଧୁତ୍ୱ ସ୍ଥାପନ ପରେ ସେ ଚତୁରତାର ସହ ଯୁବତୀଙ୍କ ଅଶ୍ଳୀଳ ଫଟୋ ନେଇ ଯାଇଥିଲା । ଆଉ ପରେ ତାକୁ ଦେଖାଇ ଯୁବତୀଙ୍କୁ ପୁଣି ପ୍ରେମ ନିବେଦନ କରିଥିଲା । ତେବେ ଏହା ସତ୍ୱେ ମଧ୍ୟ ଯୁବତୀ ଜଣଙ୍କ ଅମଙ୍ଗ ହେବାରୁ ଦିନେଶ , ଯୁବତୀଙ୍କ ମାଇଁ ପାଖକୁ ଅଶ୍ଳୀଳ ଫଟୋ ପଠାଇଥିଲା । ଏହା ଜଣା ପଡିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇ ଫଟୋ ଡିଲିଟ କରାଇ ଦିଆ ଯାଇଥିଲା । ତେବେ ଏହାର କିଛିଦିନ ପରେ ଏକ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେଥିରେ ଉକ୍ତ ଫଟୋ ଗୁଡିକ ଛଡା ଯାଇଥିଲା । ଏହା ଜାଣି ଯୁବତୀ ଜଣଙ୍କ ପରିବାର ଲୋକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆଇଟି ଆକ୍ଟରେ ମାମଲା ରୁଜୁ କରିବା ସହ ଦିନେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…
ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ସାଇବର ଲୁଟର ଶିକାର ଅନୁଗୋଳ – ଅନୁଗୋଳ ସହରରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ଓଏଲ୍ଏକ୍ସ ୱେବ୍ସାଇଟ୍ରେ ଘର ଭଡ଼ା ପାଇଁ ବିଜ୍ଞାପନ ଦେଇ ସାଇବର ଲୁଟର ଶିକାର…
ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ଅଶ୍ଳିଳ ଭିଡିଓ ପୋଷ୍ଟକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳିଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଅଭିଯୋଗରେ ପୁଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…