ଅପରାଧ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ Angul OnlineNovember 18, 2022November 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା ଯୁବକ । ଆଉ ଏହି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ କଣିହାଁ ଥାନା କଣ୍ଟାପାଳ ଗାଁର ୨୩ ବର୍ଷୀୟ ଦିନେଶ କୁମାର ଦାସ ଅନୁଗୁଳରେ ରହି କମ୍ପୁଟର କୋଚିଂ ନେଉଥିଲେ । ସେ ଯେଉଁ ଅନୁଷ୍ଠାନରେ କୋଚିଂ ନେଉଥିଲେ ସେଠାରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀ ମଧ୍ୟ କୋଚିଂ ନେଉଥିଲେ । ଉକ୍ତ ଯୁବତୀଙ୍କୁ ଦିନେଶ ପ୍ରେମ ନିବେଦନ କରିଥଲା । ଯୁବତୀ ଜଣଙ୍କ ଏଥିରେ ଅମଙ୍ଗ ହେବା ପରେ ଦିନେଶ ଯୁବତୀଙ୍କ ସହ ବନ୍ଧୁତ୍ୱ ବଢାଇବାକୁ ଚେଷ୍ଟା କରିଥିଲା । ଆଉ ପରେ ଏଥିରେ ସଫଳ ମଧ୍ୟ ହୋଇଥିଲା । ବନ୍ଧୁତ୍ୱ ସ୍ଥାପନ ପରେ ସେ ଚତୁରତାର ସହ ଯୁବତୀଙ୍କ ଅଶ୍ଳୀଳ ଫଟୋ ନେଇ ଯାଇଥିଲା । ଆଉ ପରେ ତାକୁ ଦେଖାଇ ଯୁବତୀଙ୍କୁ ପୁଣି ପ୍ରେମ ନିବେଦନ କରିଥିଲା । ତେବେ ଏହା ସତ୍ୱେ ମଧ୍ୟ ଯୁବତୀ ଜଣଙ୍କ ଅମଙ୍ଗ ହେବାରୁ ଦିନେଶ , ଯୁବତୀଙ୍କ ମାଇଁ ପାଖକୁ ଅଶ୍ଳୀଳ ଫଟୋ ପଠାଇଥିଲା । ଏହା ଜଣା ପଡିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇ ଫଟୋ ଡିଲିଟ କରାଇ ଦିଆ ଯାଇଥିଲା । ତେବେ ଏହାର କିଛିଦିନ ପରେ ଏକ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେଥିରେ ଉକ୍ତ ଫଟୋ ଗୁଡିକ ଛଡା ଯାଇଥିଲା । ଏହା ଜାଣି ଯୁବତୀ ଜଣଙ୍କ ପରିବାର ଲୋକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆଇଟି ଆକ୍ଟରେ ମାମଲା ରୁଜୁ କରିବା ସହ ଦିନେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ସାଇ ମନ୍ଦିର ନିକଟରୁ ବ୍ରାଉନସୁଗାର ସହ ଦମ୍ପତ୍ତି ଗିରଫ ଅନୁଗୁଳ – ଜିଲ୍ଲାରେ ନିଶା କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଥିବା ବେଳେ ଅନୁଗୁଳ ଜିଲ୍ଲା ଏସ୍.ପି. ରାହୁଲ ଜୈନ ଏହି କାରବାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ…
ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…