ମୁଖ୍ୟ ଖବର ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ Angul OnlineDecember 15, 2021December 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳିବା ସହିତ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ସମ୍ପର୍କିୟ ମାନେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବାପୁଜୀଙ୍କର ଦେହ ୭୦ ଭାଗ ପୋଡିଯାଇଛି । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସୂଚନା ଅନୁସାରେ ଗତ କିଛି ମାସ ପୂର୍ବେ ବଜ୍ରାଘାତରେ ତାଙ୍କ ବାପା ଧୀରେନ ସାହୁଙ୍କର ମୃତ୍ୟୁ ହୋଇଥିଲା । ବାପୁଜୀଙ୍କ ବାପାଙ୍କ ଏହି ମୃତ୍ୟୁ ପାଇଁ ସରକାରୀ ସହାୟତା ମିଳିଛି । ଏହି ସହାୟତା ଟଙ୍କାରୁ କିଛି ଟଙ୍କା ସେ ଘର ଲୋକକୁ ମାଗିଥିଲେ । ପରିବାର ଲୋକ ମନା କରିବାକୁ ସେ କୁଆଡେ ଏଭଳି ଉଦ୍ୟମ କରିଥିବା ଜଣା ପଡିଛି । ତେବେ ଏ ନେଇ ପୁଲିସ ପାଖରେ କୌଣସି ସୂଚନା ନଥିବା ଜଣା ପଡିଛି । Advertisement
ସେଦିନ ମୋତେ ପାପ ଛୁଇଁଥିଲା – ସହିଦଙ୍କ ପତ୍ନୀ ଶିବାଙ୍ଗୀ ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି ।…
୨୧ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ, ପୁଲିସ ଓ ବନବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଛେଣ୍ଡିପଦା ବ୍ଲକ ବକଳା ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର…
ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟି ଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ଖାଉଥିବା ବେଳେ…