ମୁଖ୍ୟ ଖବର ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମେଡ଼ିକାଲ କଲେଜ Angul OnlineNovember 30, 2022November 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ହେବାକୁ ଥିବା ମେଡ଼ିକାଲ କଲେଜ ୨୦୨୫-୨୬ ମସିହା ପୂର୍ବରୁ କାର୍ଯ୍ୟକ୍ଷମ ହେଉ ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ ଏ କଥା ଏକ ସ୍ପଷ୍ଟ ହୋଇଛି । ଚାଲିଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅନୁଗୁଳ ଜିଲ୍ଲାରେ ସରକାରୀସ୍ତରରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ , କହିଥିଲେ ଯେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଠାରେ ମହାନଦୀ କୋଲଫିଲ୍ଡ ଲି . ( MCL ) ସହାୟତାରେ ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରାଯାଇଅଛି । ଏହି କଲେଜ ଟି ୨୦୨୫ -୨୦୨୬ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । Advertisement
ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା…
ବେକରେ ପଥର ବନ୍ଧା ଅବସ୍ଥାରେ ପୋଖରୀରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାବା ଓ ଛେଣ୍ଡିପଦା ଥାନା ସୀମାନ୍ତ ସାନସନ୍ତରାବନ୍ଧ ଗାଁରେ ଥିବା ଗୁଡିବନ୍ଧରୁ ଯୁବକଙ୍କର ବେକରେ ପଥର ବନ୍ଧା ଥିବା କ୍ଷତାକ୍ତ…
୨୦ ଦାଦନ ଶ୍ରମିକ ଉଦ୍ଧାର -ତାମିଲନାଡୁର ଏକ ସୁତାକଳରେ କାମ କରିବାକୁ ଯାଉଥିଲେ ଶ୍ରମିକ ଆଠମଲ୍ଲିକ – ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରୁ ଗତ କାଲି ରାତିରେ ଚଡାଉ କରି ୨୦ ଜଣ ଦାଦନ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି ।…