ଅପରାଧ ଦାଦା ବଟି ମାଗିବା ପଡିଲା ମହଙ୍ଗା – ଯୁବକ ଅଟକ Angul OnlineFebruary 7, 2022February 7, 2022 ଅନୁଗୁଳ – ଜାତୀୟ ରାଜପଥରେ ଗାଡି ଅଟକାଇ ଦାଦା ବଟି ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଡ୍ରାଇଭର ମାନେ ଏକାଠି ହୋଇ ଯୁବକଙ୍କୁ କାବୁ କରି ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ସକାଳ ପ୍ରାୟ ୧୧ ଟା ସମୟରେ ଜଣେ ଯୁବକ ପଲସର ମୋଟରସାଇକେଲରେ ଆସି ଜାତୀୟ ରାଜପଥ ୫୫ ରେ ଯାଉଥିବା ବାହାର ରାଜ୍ୟର ଗାଡି ଗୁଡିକୁ ଅଟକାଇ ଦାଦା ବଟି ଆଦାୟ କରୁଥିଲା । ଏହି ସମୟରେ କାଣ୍ଡସର ଗ୍ରାମର ରଞ୍ଜନ ସାହୁ ନିଜର ଗାଡିରେ ଅନୁଗୁଳରୁ ନାଲକୋ ଆସୁଥିବା ସମୟରେ ଏହି ଯୁବକ ହାବୁଡ଼ରେ ପଡ଼ିଥିଲେ । ଏବଂ ସେ ତାଙ୍କୁ ୫୦୦୦ ଟଙ୍କା ଦାଦା ବଟି ମାଗିଥିଲା । କିନ୍ତୁ ରଞ୍ଜନ ତାଙ୍କୁ ଟଙ୍କା ନଦେଇ ଡ୍ରାଇଭର ମହାସଂଘକୁ ଖବର ଦେବା ସହ ନିଜର ଉପସ୍ଥିତ ବୁଦ୍ଧି ଦ୍ଵାରା ଯୁବକ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସେହୋଇ ସମୟରେ ଘଟଣା ସମ୍ପର୍କରେ ଜାଣି ଅନେକ ଲୋକ ରୁଣ୍ଡ ହୋଇ ଯାଇଥିଲେ । ଆଉ ଯୁବକ ଜଣଙ୍କୁ କିଛି ଲୋକ ମାଡ ମଧ୍ୟ ମାରିଥିଲେ । ପରେ ଖବର ପାଇ ପୁଲିସର ଏକ ଟିମ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ଗୁଳିମାଡରେ ଯୁବକ ଆହତ ଘଟଣା – ଗୁଳି କରିଥିବା ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣଙ୍କୁ ପୁଲିସ ଗିରଫ କରିଛି । ତାଙ୍କ…
କଥା ମାନିଲା ନାହିଁ ବୋଲି ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଲା – ସ୍ଵାମୀ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ…
ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି…