ଅପରାଧ ଟଙ୍କା ପାଇଁ ମା’କୁ ହତ୍ୟାକଲା ପୁଅ !! Angul OnlineJune 18, 2022June 18, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଘଣ୍ଟପଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ମାଆକୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଘଣ୍ଟପଡା ଗ୍ରାମର ଜୁଳେଇ ବିଶ୍ୱାଳ । ସୂଚନା ଅନୁସାରେ ମୃତକ ଜୁଳେଇ ବିଶ୍ୱାଳ ଘରେ ଟିଭି ଦେଖୁଥିବା ସମୟରେ କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ବାହାରକୁ ଆସି ପାଟି କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେହେରୁ ଶତାବ୍ଦୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମାଆକୁ ହତ୍ୟା କରିବା ସନ୍ଦେହରେ ଅଭିଯୁକ୍ତ ପୁଅ ମନୋଜ ବିଶ୍ୱାଳକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ମାକୁ ଟଙ୍କା ମାଗିବା ପରେ ମା ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ସେ ଏଭଳି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରା ଯାଉଛି । Advertisement
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…
ଦୁଇ ମୋବାଇଲ ଫୋନ ଚୋର ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ ହୁଲୁରିସିଂହା ଅଞ୍ଚଳରେ ମୋବାଇଲ ଚୋରୀ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…